ଅପରେସନ୍ ସିନ୍ଦୂରରେ ଓଡ଼ିଆ ଯବାନଙ୍କ ପରାକ୍ରମ । ଅପରସେନ୍ ସିନ୍ଦୂର ସମୟରେ ସୀମାରେ ନିୟୋଜିତ ଥିଲେ ସୁନ୍ଦରଗଡ଼ର ବିଏସଏଫ୍ ଯବାନ ମନୋହର ଖାଲଖୋ । ପାକିସ୍ତାନ ଉପରେ ଭାରତର ଆକ୍ରମଣ ସମୟରେ କାଶ୍ମୀରର ଆର.ଏସ ପୁରା ସେକ୍ଟର ଓକ୍ଟ୍ରଇ ବର୍ଡରରେ ଶତ୍ରୁକୁ ରାତି ସାରା କଡ଼ା ଜବାବ ଦେଇଥିଲେ ସୁନ୍ଦରଗଡ଼ ହରସମରା ଅଞ୍ଚଳର ବିଏସଏଫ୍ ଯବାନ ମନୋହର ଖାଲଖୋ । ତେବେ ପାକିସ୍ତାନର ଡ୍ରୋନ୍ ଆକ୍ରମଣରେ ମନୋହରଙ୍କ ସହ ଦୁଇ ଯବାନ ଆହତ ହୋଇଥିଲେ । ଏବେ ଟିକେ ସୁସ୍ଥ ହେଲା ପରେ ନିଜ ଘରକୁ ଫେରିଛନ୍ତି ଯବାନ ମନୋହର ।
ତାଙ୍କ ଡାହାଣ ହାତରେ ଲାଗିଛି ଗଭୀର ଆହତ । ଡ୍ରୋନ ମାଡ଼ ବେଳେ ତାର ଭଗ୍ନାଶ ମନୋହରଙ୍କ ହାତରେ ବାଜିଥିଲା । ଯାହାଫଳରେ ସମ୍ପୂର୍ଣ ହାତ ନଷ୍ଟ ହୋଇଯାଇଥିଲା । ତାଙ୍କୁ ଝାରସୁଗୁଡ଼ା ରେଳ ଷ୍ଟେସନରେ ପରିବାର ଏବଂ ଜିଲ୍ଲା ପୁଲିସ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହାପରେ ନିଜ ଗାଁ ମାଟିକୁ ଫେରିଛନ୍ତି ମନୋହର। ପହଲଗାମ ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ଅପରେସନ ସିନ୍ଦୂର ଲଞ୍ଚ କରିଥିଲା ।