ଅଶାନ୍ତ ସୁଦାନରୁ ଭାରତୀୟ ମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକରଙ୍କ ଅପରେସନ କାବେରୀ ଯୋରଦାର କରାଯାଇଛି । ଆଜି ସୁଦାନରୁ ବିମାନ ଯୋଗେ ୨୨୯ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇ ଏକ ସ୍ୱତନ୍ତ୍ର ବିମାନ ଯୋଗେ ବାଙ୍ଗାଲୋର ଅଣାଯାଇଛି । ସେହିପରି ଯେଦାହରୁ ୪୦ ଜଣ ଭାରତୀୟଙ୍କୁ ନେଇ ଆଉ ଏକ ସ୍ଥାନକୁ ବିମାନ ଯାତ୍ରା କରିଛି । ସୁଦାନରୁ ଫେରିଲା ପରେ ଭାରତୀୟ ମାନେ ମୋଦୀ ସରକରଙ୍କୁ କୃତଜ୍ଞତା ଜଣାଇଛନ୍ତି ।