ଅସଲି ନୋଟ ଭିତରେ ପେପେର କଟିଙ୍ଗ ରଖି ଜାଲିଆତି କରି ଠକୁଥିବା ଏକ ପାଞ୍ଚ ଜଣିଆ ଗ୍ୟାଙ୍ଗ କୁ କମିସନରଟେ ପୋଲିସ ଗିରଫ କରିଛି l ଏହି ପାଞ୍ଚ ଜଣିଆ ଗ୍ୟାଙ୍ଗ ରେ ଜଣେ ମହିଳା ଓ ଚାରି ଜଣ ପୁରୁଷ ଅଛନ୍ତି l ସେମାନେ ଟଙ୍କା ବଣ୍ଡଲ ରେ ଉପରେ ଓ ତଳେ ଅସଲି ନୋଟ ରଖି ଭିତରେ ପେପେର କଟିଙ୍ଗ ରଖି 10 ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ଠକେଇ କରିଥିଲେ l ସେମାନେ ଯେଉଁ ଲୋକଙ୍କୁ ଏଭଳି ଠକିଥିଲେ ସେମାନଙ୍କୁ କହୁଥିଲେ ଯେ ସେମାନଙ୍କ ପାଖରେ ବହୁତ କଳା ଟଙ୍କା ଅଛି, ସେମାନେ ଯଦି ଗୋଟିଏ 500 ଟଙ୍କିଆ ନୋଟ ସେମାନଙ୍କୁ ଦେବେ ସେମାନେ ତାଙ୍କୁ 10 ଟି 100 ଟଙ୍କିଆ ନୋଟ ଦେବେ l ଏହି ଭଳି ଚକମା ଦେଖାଇ ସେମାନେ ଲୋକ ମାନଙ୍କ ଠାରୁ ପ୍ରାୟ 10 ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଲୁଟିନେଇଛନ୍ତି l ନୟାପଲ୍ଲୀ ଓ ଭରତପୁର ଅଂଚଳ ରେ ଏହିଭଳି କାର୍ଯ୍ୟ କରି ଶେଷରେ ପୋଲିସ ହାତରେ ଧରାପଡିଛନ୍ତି l