ଗୁଜରାଟର ରାଜଧାନୀ ଅହମ୍ମଦବାଦରେ ଆଜି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟସ୍ଥ ମେଘାଣୀ ନଗର ଅଞ୍ଚଳରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିବା ଜଣାପଡିଛି। ବିମାନଟି ବିମାନବନ୍ଦରର କାନ୍ଥ ସହ ଧକ୍କା ହେବା ପରେ ଆବାସିକ ଅଞ୍ଚଳରେ ପଡି ନଷ୍ଟ ହୋଇଛି।
ଅହମଦାବାଦ ବିମାନ ବନ୍ଦରରେ ଦେଖିବାକୁ ମିଳିଛି ବଡ଼ ଦୁର୍ଘଟଣା । ଏୟାର ଇଣ୍ଡିଆର ଏକ ବିମାନ ଜଳି ଯାଇଥିବା ଜଣା ପଡିଛି । ଯେଉଁଥିରେ ପ୍ରାୟ ୨୦୦ ରୁ ଅଧିକ ଯାତ୍ରୀ ଥିବା କୁହାଯାଉଛି । ଟେକଅପ ସମୟରେ ଏହି ବଡ଼ ଧରଣର ଦୁର୍ଘଟଣା ଘଟିଛି । ଫଳରେ ନିଆଁରେ ଆକାଶ ଧୂଆଁମୟ ହୋଇ ଉଠିଛି । ଘଟଣାସ୍ଥଳରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ଯ ଜାରି ରହିଥିବା ଜଣା ପଡିଛି । ପ୍ରକାଶଥାଉ ଯେ ବିମାନଟି ଲଣ୍ଡନ ଯାଉଥିଲା । ତେବେ ଦୁର୍ଘଟଣାରେ କେତେ କ୍ଷୟକ୍ଷତି ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ଇଞ୍ଜିନରେ ବୈଷୟିକ ତ୍ରୁଟି କାରଣରୁ ଏତେ ବଡ଼ ଦୁର୍ଘଟଣା ହୋଇଥିବା କୁହାଯାଉଛି ।
ରିପୋର୍ଟ ଅନୁସାରେ, ଏହି ଘଟଣା ପରେ ଅହମ୍ମଦବାଦରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସମସ୍ତ ପ୍ରମୁଖ ରାସ୍ତାକୁ ସିଲ କରାଯାଇଛି, ଯାହା ଫଳରେ ସହରରେ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହା ସହିତ, ବିମାନବନ୍ଦର କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ଫ୍ଲାଇଟ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୂଚନାଥାଉ କି, ନିଆଁ ଲିଭାଇବା ପାଇଁ ୭ ଟି ଦମକଳ ବାହିନୀ ଘଟଣାସ୍ଥଳରେ ନିୟୋଜିତ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ଗୁରୁତରଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେମାନଙ୍କୁ ଅହମ୍ମଦାବାଦସ୍ଥିତ ସିଭିଲ ହସ୍ପିଟଲାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ବିଏସଏଫ ଯବାନମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଥିବା ଜଣା ପଡିଛି । ସେପଟେ ଗୃହମନ୍ତ୍ରୀ ଅମିତ ଶାହା ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି।