Odia News Portal

ଆଜିଠୁ ମାଲକାନଗିରିକୁ ଆରମ୍ଭ ହେବ ବିମାନସେବା

ଆଜିଠୁ ମାଲକାନଗିରିକୁ ଆରମ୍ଭ ହେବ ବିମାନସେବା। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବେ। ଭୁବନେଶ୍ୱର ବିମାନ ବନ୍ଦରରୁ ଭିଟି-୧୦୦ ଏୟାର କ୍ରାପ୍ଟରେ ବାହାରି ଦିନ ୧୧ଟା ୪୫ରେ ମାଲକାନଗିରି ବିମାନ ବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ।ଏହା ପରେ ଦିନ ୧୧ଟା ୫୦ରେ ଟର୍ମିନାଲ ବିଲଡିଂରେ ପହଞ୍ଚି ବିମାନ ବନ୍ଦରର ଉଦଘାଟନ କରିବେ। ପରେ ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଛାଡ଼ିବା କାର୍ଯ୍ୟକ୍ରମ ରହିଛି। ବିମାନ ବନ୍ଦର ଉଦଘାଟନ ଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୯ କୋଟି ଟଙ୍କା ବ୍ୟୟରେ ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧ ହଜାର ୬୦୨ ମିଟର ଲମ୍ବ ଓ ୩୦ ମିଟର ଓସାରର ରନୱେ ପ୍ରସ୍ତୁତି ହେଇଛି।