ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଆଜି ଦ୍ବିତୀୟ ଦିନ । ଭାରତ-ଋଷିଆ ମଧ୍ୟରେ ଆୟୋଜିତ ହେବ ୨୩ତମ ଦ୍ୱିପାକ୍ଷିକ ସମ୍ମିଳନୀ । ଏଥିରେ ସାମିଲ ହେବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ଉଭୟ ଭାରତ ଓ ଋଷ ମଧ୍ୟରେ ଆନୁଷ୍ଠାନିକ ଦ୍ୱିପାକ୍ଷିକ ବୈଠକ ସହ ଅନେକ ପ୍ରମୁଖ ଚୁକ୍ତିନାମା ସ୍ୱାକ୍ଷରିତ ହେବ । ସକାଳ ୧୧ଟାରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପୁଟିନଙ୍କ ପାଇଁ ଏକ ଆନୁଷ୍ଠାନିକ ସ୍ୱାଗତ କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଭବନରୁ, ସେ ପ୍ରାୟ ୧୧:୩୦ ରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ରାଜଘାଟ ଯିବେ ।
ରାଷ୍ଟ୍ରପତି ପୁଟିନ ପ୍ରାୟ ୧୧:୫୦ ରେ ୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ଯୋଗ ଦେବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରିବାକୁ ହାଇଦ୍ରାବାଦ ହାଉସ ଯିବେ । ଏହି ଆଲୋଚନା କିଛି ଘଣ୍ଟା ଧରି ଚାଲିବ । ଆଲୋଚନା ପରେ ବୈଠକ ସ୍ଥାନରେ ଅପରାହ୍ଣ ୧.୫୦ରେ ଜଏଣ୍ଟ ପ୍ରେସ ମିଟ୍ ରହିଛି । ପୁଟିନ ପ୍ରାୟ ୩:୪୦ ରେ ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ଯୋଗଦେବେ । ଫିକ୍ ଏବଂ ରୋଷକଂଗ୍ରେସ ମିଳିତ ଭାବେ ଏହି ବ୍ୟବସାୟିକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ସାକ୍ଷାତ କରିବାକୁ ସନ୍ଧ୍ୟା ପ୍ରାୟ ୭ଟାରେ ରାଷ୍ଟ୍ରପତି ଭବନ ଯିବେ । ପୁଟିନ ରାତି ୯ଟାରେ ମସ୍କୋ ଫେରିବାର କାର୍ଯ୍ୟକ୍ରମ ରହିଛି ।
