Odia News Portal

ଆଜି ରାଜ୍ୟରେ ୧୮୩୩ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ସଂକ୍ରମିତ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୬୨ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୭୭୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୭ ହଜାର ୫୪୮ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୯୦ ଜଣ, କଟକରୁ ୨୪୩ ଜଣ, ପୁରୀରୁ ୧୩୯ ଜଣ, ବାଲେଶ୍ବରରୁ ୧୨୯ ଜଣ, ଯାଜପୁରରୁ ୧୧୦ ଜଣ, ଭଦ୍ରକରୁ ୮୯ ଜଣ, କେନ୍ଦ୍ରାପଡ଼ାରୁ ୮୭ ଜଣ, ଅନୁଗୁଳରୁ ୭୭ ଜଣ, ଜଗତସିଂହପୁରରୁ ୬୧ ଜଣ, ମୟୂରଭଞ୍ଜରୁ ୫୯ ଜଣ,ସୁନ୍ଦରଗଡ଼ରୁ ୪୭ ଜଣ,ନୟାଗଡ଼ରୁ ୨୮ ଜଣ, କେନ୍ଦୁଝରରୁ ୨୪ ଜଣ, ସମ୍ବଲପୁରରୁ ୨୩ ଜଣ, ମାଲକାନଗିରିରୁ ୧୯ ଜଣ, ଗଜପତିରୁ ୧୬ ଜଣ, ଢ଼େଙ୍କାନାଳରୁ ୧୩ ଜଣ,ରାୟଗଡ଼ା, ବରଗଡ଼ ଓ ସୋନପୁର ଜିଲ୍ଲାରୁ ୧୦ ଜଣ ଲେଖାଏଁ , ଗଞ୍ଜାମର ଓ କୋରାପୁଟ ଜିଲ୍ଲାରୁ ୯ ଜଣ ଲେଖାଏଁ ,ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାରୁ ୮ ଜଣ ଲେଖାଏଁ, ଦେବଗଡ଼, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଳାରୁ ୬ ଜଣ ଲେଖାଏଁ, ବଲାଙ୍ଗୀରରୁ ୨ଜଣ, ଏବଂ ଷ୍ଟେଟ୍ ପୋଲ୍ରୁ ୯୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।