Odia News Portal

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଆଜି ରାଜ୍ୟ କ୍ୟାବିନେଟ ବୈଠକ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟା ୬ଟାରେ ବସିବ ବୈଠକ । ଏଥିରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବ। ଖାଦ୍ୟ ଯୋଗାଣ, ଉଚ୍ଚଶିକ୍ଷା ଆଦି ବିଭାଗ ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି । ସେହିପରି ଶିଳ୍ପ, ମିଶନ ଶକ୍ତି ବିଭାଗର ପ୍ରସ୍ତାବ ଉପରେ ବି ଲାଗିପାରେ ମୋହର। ଏହି ବୈଠକରେ ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ଉଚ୍ଚଶିକ୍ଷା, ନଗର ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମିଶନ ଶକ୍ତି, ଶିଳ୍ପ , ସାଧାରଣ ପ୍ରଶାସନ ଆଦି ବିଭାଗର ପ୍ରାୟ ୧୬ଟି ପ୍ରସ୍ତାବ ଉପରେ ମୋହର ଲାଗିବା ସମ୍ଭାବନା ରହିଛି। ତେବେ କ୍ୟାବିନେଟକୁ ଆସିବାକୁ ଥିବା ଏଜେଣ୍ଡାଗୁଡ଼ିକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଛି। ଆଗକୁ ନିର୍ବାଚନ ଥିବାରୁ ରାଜ୍ୟ ସରକାର କିଛି ନୂଆ ଯୋଜନା ଘୋଷଣା କରିବା ସମ୍ଭାବନା ରହିଛି। ଏଥିସହିତ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀଙ୍କ ପାଇଁ କ୍ୟାଡର ପୁନର୍ଗଠନ ଉପରେ ମଧ୍ୟ ନିଷ୍ପତ୍ତି ହୋଇପାରେ।