Odia News Portal

ଲୋକାର୍ପଣ ହେବ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ

ଆଜି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ତଥା ସଂଲଗ୍ନ ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିବେ। ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୪ ବ୍ଲକ ବିଜେପୁର, ବରପାଲି, ସୋହେଲା ଓ ବରଗଡ଼ ବ୍ଲକର ପ୍ରାୟ ୨୫୬୦୦ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ ଓ ରାଜ୍ୟର ସେଚ ଅଭିଯାନକୁ ଏହା ଆହୁରି ଶକ୍ତିଶାଳୀ କରିବ।

ଚଳିତବର୍ଷ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲାର ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ପ୍ରକଳ୍ପ ଲୋକାର୍ପଣ କରିଥିଲେ। ଏହାଦ୍ୱାରା ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ପ୍ରାୟ ୧ ଲକ୍ଷ ଏକର ଚାଷଜମିକୁ ପାଣି ପହଞ୍ଚିପାରିଛି।