Odia News Portal

ଆଜି ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା,ଅଣଲେଉଟା ରୁକୁଣା ରଥକୁ ଟାଣିବେ ଭକ୍ତ

ଆଜି ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା । ଲିଙ୍ଗରାଜଙ୍କ ଅଣଲେଉଟା ରୁକୁଣା ରଥକୁ ଟାଣିବେ ଭକ୍ତ । ଅପରାହ୍ନ ସାଢେ ୨ଟାରେ ଆରମ୍ଭ ହେବ ରଥଟଣା। ପାଞ୍ଚଦିନ ଯାତ୍ରା ସାରି ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦେବୀ ରୁକୁଣା ଓ ପ୍ରଭୁ ଦୋଳଗୋବିନ୍ଦ ମନ୍ଦିରକୁ ବାହୁଡ଼ିବେ। ଭୋର ୫ଟାରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ଗୋଟାଏ ମଧ୍ୟରେ ଅଧରପଣା ପୂଜା ହେବ। ଏହାପରେ ଅପରାହ୍ନ ସାଢେ ୨ଟାରେ ରଥଟମା ହେବ। ବେହେରା ସେବାୟତ ରଥରେ ଅଶ୍ବବାନ୍ଧି ଚାରମାଳ ଖୋଲିବା ପରେ ରଥ ସାରଥି ରଥ ଟାଣିବା ପାଇଁ ନିର୍ଦ୍ଦେଶ ଦେବେ। ରଥ ଗଡ଼ିବା ବାଟରେ ମହାପ୍ରଭୁଙ୍କ ଅଧରପଣା ଭୋଗ ହେବ । ବାହୁଡ଼ା ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ବେହେରା ସେବାୟତ ରଥରେ ଅଶ୍ବବାନ୍ଧି ଚାରମାଳ ଖୋଲିବା ପରେ ରଥ ସାରଥି ରଥ ଟାଣିବା ପାଇଁ ନିର୍ଦ୍ଦେଶ ଦେବେ। ରଥ ଗଡ଼ିବା ବାଟରେ ମହାପ୍ରଭୁଙ୍କ ଅଧରପଣା ଭୋଗ ହେବ। ଅଣଲେଉଟା ରୁକୁଣା ରଥରେ ଚଢ଼ି ରାମେଶ୍ବର ମନ୍ଦିରକୁ ଯିବେ ବାବା ଲିଙ୍ଗରାଜ । ଏଥିପାଇଁ ଚଳଚଞ୍ଚଳ ଭୁବନେଶ୍ବର ଏକାମ୍ରକ୍ଷେତ୍ର । ରଥ ପ୍ରତିଷ୍ଠା ଓ ନେତ୍ର ଉତ୍ସବ ପାଇଁ ଚାଲିଛି ପ୍ରସ୍ତୁତି । ତେଣୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରଥମ ଗରା ଜଳ ରଥ ପ୍ରତିଷ୍ଠା ପାଇଁ ଯିବା ପରେ ଏହି ଜଳକୁ ନିଲାମ କରାଯାଇଥାଏ l ବଡୁ ସେବାୟତଙ୍କ ଦ୍ୱାରା ଏହି ନିଲାମ ପ୍ରକ୍ରିୟା କରାଯାଇଛି ।