Odia News Portal

ଆରଡିସି ସ୍ତରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ବଡ ପ୍ରତିକ୍ରିୟା ଆରଡିସି ସ୍ତରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ଲୋକେ କିପରି ସମସ୍ୟାର ସମ୍ମୁଖୀନ ନହେବେ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି ମୋହନ ସରକାର । ପ୍ରତି ସପ୍ତାହରେ ମଧ୍ୟ ନିଜେ ଲୋକଙ୍କ ସମସ୍ୟା ଶୁଣୁଛନ୍ତି । ଆଉ ସମାଧାନ ମଧ୍ୟ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଯୋଗ ଶୁଣାଣିକୁ ନେଇ ବଡ ପ୍ରତିକ୍ରିୟା ରଖିଛନ୍ତି ।ଅଭିଯୋଗ ଶୁଣିବା ପାଇଁ ଆରଡିସି ସ୍ତରକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦରକାର ପଡିଲେ ଆଗାମୀ ଦିନରେ ଆରଡିସି ସ୍ତରକୁ ଯିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସମସ୍ୟା ଶୁଣିବା ପାଇଁ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ରାଜଧାନୀରେ ନୁହେଁ, ରାଜଧାନୀ ବାହାରେ ମଧ୍ୟ ଅଭିଯୋଗ ଶୁଣାଯିବ । ଆବଶ୍ୟକ ପଡିଲେ ଜିଲ୍ଲାସ୍ତରକୁ ଯାଇ ବି ଅଭିଯୋଗ ଶୁଣାଯିବ । ଆଗାମୀ ଦିନରେ ଅଭିଯୋଗ ଶୁଣାଣି ନେଇ ସୁବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।