Odia News Portal

ଆସନ୍ତା ୪-୫ ଦିନ ବଢିବ ଶୀତର ପ୍ରକୋପ

ରାଜ୍ୟରେ ଆସନ୍ତା ୪-୫ ଦିନ ମଧ୍ୟର ଶୀତର ପ୍ରକୋପ ବଢିବା ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଆଜିଠାରୁ ଓଡିଶା ମଧ୍ୟକୁ ପ୍ରବେଶ କରିବା ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ବାୟୁମଣ୍ଡଳର ଉପରି ଭାଗରେ ଜଳୀୟବାଷ୍ପର ବ୍ୟାପକ ଉପସ୍ଥିତି ଯୋଗୁଁ ରାଜ୍ୟର ଅଧିକାଂଶ ଅଂଚଳରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ କମ୍ ସହ ପାଗ ଧୂଆଁଳିଆ ରହିବ ବୋଲି ପାଣିପାଗ କାର୍ୟ୍ୟାଳୟ ସୂଚନା ଦେଇଛି । ଏଣେ ରାଜ୍ୟର ୧୯ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ପାହାଡିଆ ଅଂଚଳ ମଧ୍ୟରେ ଦାରିଙ୍ଗବାଡିରେ ତପମାତ୍ରା ସର୍ବନିମ୍ନ ୭ ଦଶମିକ ୫ ଡିଗ୍ରୀ ରହିଛି ।