Odia News Portal

ଆସିପାରେ ୩ ଲକ୍ଷ କୋଟିର ରାଜ୍ୟ ବଜେଟ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଶେଷ । ବଜେଟ୍ ଆକାର ଛୁଇଁପାରେ ପ୍ରାୟ ୩ ଲକ୍ଷ କୋଟି । ପୂର୍ଣ୍ଣାଙ୍ଗ ଚିଠା ପ୍ରସ୍ତାବ ଉପରେ ମୋହର ସୂଚନା । ଏଥରର ଓଡିଶା ବଜେଟର ଆକାର ତିନି ଲକ୍ଷ କୋଟି ଛୁଇଁପାରେ । ଏନେଇ ଲୋକସେବା ଭବନରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତ୍ତି ହେଇଛି । ପୂର୍ଣ୍ଣାଙ୍ଗ ବଜେଟ୍ ଚିଠା ପ୍ରସ୍ତାବ ଉପରେ ମୋହର ବାଜିଥିବା ନେଇ ସୂଚନା ମିଳିଛି । ଆସନ୍ତା ୨୨ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥର ଅଧିବେଶନରେ ମୋହନ ସରକାର ନିଜର ପ୍ରଥମ ବଜେଟ୍ ଆଣିବ । ତେବେ ଅର୍ଥ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ରଖିଥିବାରୁ, ସେ ନିଜେ ବଜେଟ୍ ଆଗତ କରିବେ ।