ଉପରାଷ୍ଟ୍ରପତି ନିର୍ବାଚନ ପାଇଁ NDA ଏବଂ india ବ୍ଲକ ପ୍ରାର୍ଥୀ ଘୋଷଣା କରିଛନ୍ତି । NDA ମେଣ୍ଟ ସିପି ରାଧାକ୍ରିଷ୍ଣଙ୍କୁ ପ୍ରାର୍ଥୀ କରିଥିବା ବେଳେ india ମେଣ୍ଟ ସୁଦର୍ଶନ ରେଡ୍ଡିଙ୍କୁ ପ୍ରାର୍ଥୀଙ୍କୁ କରିଛି । ସୁଦର୍ଶନ ରେଡ୍ଡିଙ୍କ ନାଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ଘୋଷଣା କରିବା ପରେ ସରଗରମର ହୋଇଛି ରାଜନୀତି । ତେବେ ସୁଦର୍ଶନ ରେଡ୍ଡୀ ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି । ୨୦୦୭ରେ ସୁପ୍ରିମକୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ତେବେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଦୁଇ ଦଳ ସେମନଙ୍କର ପ୍ରାର୍ଥୀ ଘୋଷଣା କରିବା ପରେ ବିଜୟ ପାଇଁ ଆରମ୍ଭ ଅଙ୍କକଷା । ସଂଖ୍ୟା ଗଣିତ ଅନୁସାରେ ମ୍ୟାଜିକ ନଂ ଠାରୁ ବହୁ ଦୂରରେ ଅଛନ୍ତି ବିରୋଧୀ । ବିଜୟୀ ହେବାକୁ ଦେଲେ 392 ଭୋଟ ଆବଶ୍ୟକ କିନ୍ତୁ ବିରୋଧୀଙ୍କ ପାଖେ ତାହା ନାହିଁ । ଏଭଳି ସ୍ଥିତିରେ ବିରୋଧ ଇଣ୍ଡିଆ ବ୍ଲକ୍ ପାଇଁ ସ୍ୱାଧୀନ ଏବଂ ଆଞ୍ଚଳିକ ଦଳଗୁଡ଼ିକର ସମର୍ଥନ ନିର୍ଣ୍ଣୟକ ଭୂମିକା ନେବ । କେଉଁ ଆଞ୍ଚଳିକ ଦଳ କାହାକୁ ସମର୍ଥନ ଦେବ ତାହା ଏବେ ଚର୍ଚ୍ଚାର ବିଷୟ ।
ଇଣ୍ଡିଆ ବ୍ଲକ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ କି ଜଗନ?