ଉତ୍ତରାଖଣ୍ଡର ହର୍ଷିଲରେ ଭୟାବହ ବନ୍ୟା: ସେନାର ୯ ଯବାନ ନିଖୋଜ, ଖୋଜାଖୋଜି ଜାରି By Swadhikar News Last updated Aug 6, 2025 ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ହର୍ଷିଲ ଅଞ୍ଚଳରେ ବାଦଲଫଟା ବର୍ଷା ପରେ ହୋଇଥିଲା ଭୟଙ୍କର ବନ୍ୟା । ସେଥି ରେ ଭାରତୀୟ ସେନାର ଅତିକମରେ ୯ ଜଣ ଯବାନ ନିଖୋଜ ଅଛନ୍ତି । ଏହି ଯବାନମାନେ ହର୍ଷିଲ ଅଞ୍ଚଳରେ ଥିବା ଏକ କ୍ୟାମ୍ପରେ ଥିଲେ । ଗତକାଲି (ମଙ୍ଗଳବାର) ହର୍ଷିଲ ନିକଟ ଧରାଲି ଗାଁରେ ବାଦଲ ଫାଟିବା କାରଣରୁ କ୍ଷୀର ଗଙ୍ଗା ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି, ଏବଂ ସେନାର କ୍ୟାମ୍ପ ମଧ୍ୟ ଏହାର ପ୍ରଭାବରେ ଆସିଛି । ଘଟଣା ପରେ ତୁରନ୍ତ ସେନା, ଏନଡିଆର୍ଏଫ୍ ଏବଂ ଏସଡିଆର୍ଏଫ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସେନାର ପ୍ରାୟ ୧୫୦ ଜଣ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଖରାପ ପାଗ ସତ୍ତ୍ୱେ ନିଖୋଜ ଯବାନମାନଙ୍କୁ ଖୋଜିବା ପାଇଁ ଅଭିଯାନ ଜାରି ରହିଛି । ସେନାର ସୂଚନା ଅନୁଯାୟୀ, ଦୁଇଜଣ ନିଖୋଜ ଯବାନ ସୁରକ୍ଷିତ ଭାବେ ମିଳିଥିବାବେଳେ ଅନ୍ୟ ୯ ଜଣଙ୍କର ସନ୍ଧାନ ଜାରି ରହିଛି । ଏହି ବିପର୍ଯ୍ୟୟରେ ଅନେକ ସ୍ଥାନୀୟ ଲୋକ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଧରାଲି ଗାଁରେ ଅନେକ ଘର, ହୋଟେଲ ଏବଂ ହୋମଷ୍ଟେ ଭାସିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । kasikasi floodswadhikarswadhikar newsutarakhand Share