ଉତ୍ତରାଖଣ୍ଡର ଉତ୍ତରକାଶି ଟନେଲରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ସାନକୃଷ୍ଣପୁର ପଞ୍ଚାୟତର ୪୦ ଚେନର ଗ୍ରାମର ମଣ୍ଟୁଲାଲ ମଣ୍ଡଳଙ୍କ ପୁଅ ତପନ ମଣ୍ଡଳ ଫସିଛନ୍ତି । ତପନ ମଣ୍ଡଳ ଚାରି ମାସ ତଳେ ଘରୁ କାମ କରିବାକୁ ଯାଇଥିଲେ । ଫସିବାର ଦୁଇଦିନ ପୂର୍ବରୁ ପରିବାର ବାପା ଓ ମାଆ ଙ୍କ ସହିତ ଫୋନରେ କଥା ହୋଇ ଥିଲେ । ପୁଅର ଫସିବା ଖବର ଶୁଣିବା ପରେ ପରିବାର ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି । ପୁଅର ଶୁଭ ମନାସି ମାଆ ଗୌରୀ ମଣ୍ଡଳ ଠାକୁରଙ୍କ ପାଖରେ ପୂଜା ଅର୍ଚ୍ଚନା କରୁଛନ୍ତି । କେବେ ମୁକୁଳିବ ତପନ ମାଆର କୋଳକୁ ଫେରିବେ ତାକୁ ଅନାଇ ବସିଛନ୍ତି ।