Odia News Portal

ଏଥର ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ । ଜୁନ୍ ୪ ତାରିଖରେ ଛୁଇଁବ କେରଳ

ଏଥର ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ । ସ୍ୱାଭାବିକ ସମୟ ଜୁନ୍ ୧ ପରିବର୍ତ୍ତର୍, ସାମାନ୍ୟ ବିଳମ୍ବରେ ମୌସୁମୀ କେରଳ ଛୁଇଁବ । ଜୁନ୍ ୪ ତାରିଖରେ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ସେହି ଅନୁସାରେ ଓଡିଶାକୁ ମଧ୍ୟ ବିଳମ୍ବରେ ମୌସୁମୀ ପହଁଚିବ । ବିଳମ୍ବରେ ମୌସୁମୀ ଆସିଲେ, ଏହାର ପ୍ରଭାବ ଚାଷକାର୍ଯ୍ୟ ଉପରେ ପଡିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଆହୁରି ୫ ଦିନ କଲବଲ କରିବ ଗ୍ରୀଷ୍ଣ ପ୍ରଭାବ । ଏହାକୁ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ ହୋଇଛି । ହେଲେ ଆଦ୍ରତା ଅଧିକ ଥିବାରୁ ପୁରୀ, ବାଲେଶ୍ୱର, ପାରାଦୀପ, ଗୋପାଳପୁର ଓ ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଝାରସୁଗୁଡ଼ାରେ ୪୨ ଡିଗ୍ରୀ ତାପମାତ୍ରା ଥିବା ବେଳେ ଆଦ୍ରତା ୨୨ ପ୍ରତିଶତ ରହିଛି । ସମ୍ବଲପୁରରେ ୩୯.୨ ଡିଗ୍ରୀ ତାପମାତ୍ରା ଥିବା ବେଳେ ଆଦ୍ରତା ୩୯ ପ୍ରତିଶତ ରହିଛି ।