Odia News Portal

ଏଥର ସ୍ୱାଭାବିକ ରହିବ ମୌସୁମୀ

ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ସ୍ୱାଭାବିକ ମୌସୁମୀ ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଲଙ୍ଗ୍ ପିରିୟଡ ଆଭରେଜ୍‌ର ୯୬ ପ୍ରତିଶତ ବର୍ଷା ଆକଳନ କରାଯାଇଛି । ଏଥିରେ ୫ ପ୍ରତିଶତ ଏପଟସେପଟ ହୋଇପାରେ । ଭୁମଧ୍ୟରେଖା ଏବଂ ପ୍ରଶାନ୍ତ କ୍ଷେତ୍ର ଅଞ୍ଚଳରେ ‘ଲା-ନୀନା’ ସ୍ଥିତି ବଳବତ୍ତର ରହିଛି ।