Odia News Portal

ଏୟାର ଷ୍ଟ୍ରାଇକ୍‌ ଦେଖିଥିବା ପାକିସ୍ତାନୀ ଯୁବକ କହିଲେ, ଆମେ ଶୋଇଥିଲୁ ୪ଟା ଡ୍ରୋନ୍‌ ଆସିଲା ଆଉ ସବୁ ଧ୍ବଂସ କରିଦେଲା

ଆମେ ଶୋଇଥିଲୁ  ୪ଟା  ଡ୍ରୋନ୍‌  ଆସିଲା  ଆଉ ସବୁ ଧ୍ବଂସ କରିଦେଲା । ପାକିସ୍ତାନ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ କୁ ନିଜ ଆଖିରେ ଦେଖିଥିବା  ପାକିସ୍ତାନୀ ଯୁବକ କହିଛନ୍ତି ଏପରି । ପାକିସ୍ତାନ ମୁରିଦ୍‌ର ଜଣେ ସ୍ଥାନୀୟ ଯୁବକ ଯିଏ କି ଆତଙ୍କୀ ଶିବିର ଉପରେ ଭାରତ କରିଥିବା ଆକ୍ରମଣକୁ ଦେଖିଛନ୍ତି । ଯୁବକ ଜଣଙ୍କ ଅପରେସନ୍‌ ସିନ୍ଦୂର ବିଷୟରେ କହିଛନ୍ତି, ସେ ୪ଟି ଡ୍ରୋନ୍‌ ଦେଖିଥିଲେ । ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେ ରେ ୯ଟି ଆତଙ୍କୀ ଆଡ୍ଡା ଉପରେ  ଏୟାର  ଷ୍ଟ୍ରାଇକ୍‌ କରିଥିଲା । ରାତି ପାଖାପାଖି  ୧୨ଟା ୪୫ ରେ  ଶୋଇଥିବା ବେଳେ  ପ୍ରଥମେ ଗୋଟିଏ ଡ୍ରୋନ ଆସିଲା ତା ପରେ  ଅନ୍ୟ ତିନୋଟି  ଡ୍ରୋନ୍‌ ଆସିଥିଲା ।  ଏହି ଡ୍ରୋନୁ ସବୁ ମସଜିଦ୍‌ ଉପରେ ଆକ୍ରମଣ  କରିଥିଲା ।  ଏହା ପରେ ସବୁ ଧ୍ବଂସ ହୋଇଯାଇଥିଲା । 

କାଶ୍ମୀରରେ ହୋଇଥିବା ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଏହି ଅପରେସନ୍‌ରେ ଭାରତୀୟ ବାୟୁସେନା, ଭାରତୀୟ ସ୍ଥଳ ସେନା ଏବଂ ନୈାସେନାର ମିଳିତ  ଭୂମିକା ରହିଛି । ଅପରେସନ୍‌  ସିନ୍ଦୂରରେ  ଏୟାର-ଟୁ ସରଫେସ୍‌ ମିସାଇଲ୍‌ ର ବ୍ୟବହାର କରାଯାଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ୍‌ ଶରିଫ୍‌ କହିଛନ୍ତି  ଏହାର ପ୍ରତି ଜବାବ୍‌ ଦେବାକୁ ଆମର ପୂରା ଅଧିକାର ଅଛି । ତେବେ ଆକ୍ରମଣ ପରେ  ପାକିସ୍ତାନ ଦ୍ବାରା ଜାମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା ଏବଂ  ଅନ୍ତରାଷ୍ଟ୍ରୀୟ  ସୀମାରେ  ଭାରି ମାତ୍ରାରେ  ଗୁଳିବର୍ଷା କରିଛି ପାକ୍‌ ।  ଏହାର କଡା ଜବାବ ଦେଇଥିଲା ଭାରତୀୟ ସେନା ।