ଓଡିଶାରେ ୧୨ ଦିନ ରହିଥିଲା ଗ୍ୟାଙ୍ଗଷ୍ଟାର ଗୁଡୁ ମୁସଲିମ୍ । ଏପ୍ରିଲ ୨ରୁ ୧୩ ପର୍ଯ୍ୟନ୍ତ ଥିବା ନେଇ ରିପୋର୍ଟ ପ୍ରକାଶ ପାଉଛି । ଗୁଡୁ ମୁସଲିମର ଅବସ୍ଥାନ ନେଇ ଜାତୀୟ ଜଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏପ୍ରିଲ ୨ରୁ ୧୩ ପର୍ଯ୍ୟନ୍ତ ବରଗଡରେ ରହିଥିବା ଖବର ପ୍ରକାଶ ପାଇଥିଲା । ବରଗଡରୁ ଛତିଶଗଡ ପଳାଇଥିବାନେଇ ଖବର ପ୍ରକାଶ ପାଉଛି ।
ମିରଟ,ଆଜମେର,ଝାନସି,ନାସିକ,ପୁଣେ ପରେ ବରଗଡ ଆସିଥିଲା ଗୁଡୁ । ଏସ୍ଟିଏଫ୍କୁ ଚକମା ଦେବା ପାଇଁ ଗୁଡୁ ବିଭିନ୍ନ ଜାଗା ବଦଳାଉଥିଲା । ବରଗଡ ଛାଡିବା ପରେ ବ୍ୟାଗ୍ ଛାଡି ପଳାଇଥିବା ମଧ୍ୟ ରିପୋର୍ଟ ଆସିଛି । ଗୁଡୁର ପ୍ରମୁଖ ସହଯୋଗୀ ରାଜା ଖାନାଙ୍କୁ ଏସ୍ଟିଏଫ୍ ଜେରା କରିଥିବା ରିପୋର୍ଟ ଆସିଛି ।