Odia News Portal

ଓମିକ୍ରନ ପାଇଁ ନେଦରଲ୍ୟାଣ୍ଡରେ ଲକ୍ ଡାଉନ ଘୋଷଣା

ୟୁରୋପରେ ଓମିକ୍ରନର ପ୍ରକୋପ ଚିନ୍ତା ବଢାଇଛି। ସ୍ଥିତି ଅଣାୟତ୍ତ ଆଡ଼କୁ ଗତି କରୁଥିବାରୁ ବିଭିନ୍ନ ଦେଶରେ କଠିନରୁ କଠିନ କଟକଣା ଲାଗୁ କରାଯାଉଛି। ଓମିକ୍ରନର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ନେଦରଲାଣ୍ଡ ସରକାର ପୁଣି ଥରେ ଦେଶବ୍ୟାପୀ ଲକ୍ ଡାଉନ ଘୋଷଣା କରିଛନ୍ତି।
ଜାନୁଆରୀ ପର୍ୟ୍ୟନ୍ତ ଲକ୍ଡାଉନ ଘୋଷଣା କରିଛନ୍ତି କାମଚଳା ପ୍ରଧାନମନ୍ତ୍ରୀ ମାର୍କ ରଟ୍। ଓମିକ୍ରନ ଭାରିଆଣ୍ଟ ଦ୍ୱାରା ପଞ୍ଚମ ଲହରକୁ ଦୃଷ୍ଟିକୁ ରଖି ଏଭଳି ନିଷ୍ପତ୍ତି ନିଆଯାଉଥିବା ସେ କହିଛନ୍ତି। ସ୍କୁଲ, ବିଶ୍ୱବିଦ୍ୟାଳୟ, ଅଣ ଅତ୍ୟାବଶ୍ୟକ ଷ୍ଟୋର, ବାର ଏବଂ ରେଷ୍ଟୁରାଣ୍ଟକୁ ଜାନୁଆରି ପର୍ୟ୍ୟନ୍ତ ବନ୍ଦ କରାଯାଇଛି। ନେଦରଲାଣ୍ଡରେ ଲକ୍ ଡାଉନ ଲାଗୁ ହେବା ପୂର୍ବରୁ ଫ୍ରାନ୍ସ, ସାଇପ୍ରସ ଏବଂ ଅଷ୍ଟ୍ରିଆରେ ଯାତ୍ରା ଉପରେ କଟକଣା ଲାଗୁ କରିଛନ୍ତି ସରକାର ।