Odia News Portal

ଓମିକ୍ରନ ଭାରିଏଣ୍ଟର ଲକ୍ଷଣ ସବୁଠୁ ଭୟଙ୍କର

ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ଓମିକ୍ରନ ଭାରିଏଣ୍ଟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡ଼ବ୍ଲ୍ୟୁଏଚଓ) ଅନୁଯାୟୀ, ଏହି ଭାରିଏଣ୍ଟ ବର୍ତ୍ତମାନ ଯାଏ ବିଶ୍ୱର ୭୭ ଟି ଦେଶକୁ ସଂକ୍ରମିତ କରିଛି । କରୋନାର ଅନ୍ୟ ଷ୍ଟ୍ରେନ ତୁଳନାରେ ଓମିକ୍ରନ ଦ୍ରୁତ ଗତିରେ ମାଡ଼ୁଥିବା କୁହାଯାଉଛି । ବ୍ରିଟେନରେ ଗୁରୁବାର କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ୮୮,୩୭୬ ମାମଲା ଆସିଛି ।
ସେହିପରି ଆମେରିକାର ୩୬ ଟି ରାଜ୍ୟରେ ଓମିକ୍ରନ ସଂକ୍ରମଣ ବଢ଼ି ଚାଲିଥିବା ଜଣାଯାଇଛି । ଭାରତରେ ସବୁଦିନ ଓମିକ୍ରନ ସଂକ୍ରମଣ ମାମଲା ବଢ଼ିଚାଲିଛି । ଦିଲ୍ଲୀରେ ଆଜି ୧୦ ନୂଆ ଓମିକ୍ରନ ମାମଲା ସହ ସଂଖ୍ୟା ପହଞ୍ଚିଛି ୯୭ ରେ । ଓମିକ୍ରନର ଦ୍ରତ ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ଦେଶ ଏବେ ଚିନ୍ତାରେ ଯେ କିପରି ଏହାକୁ ରୋକଯାଇ ପାରିବ ।

ଓମିକ୍ରନର ସବୁଠୁ ସାଧାରଣ ଲକ୍ଷଣ : ସାରା ଦୁନିଆର ବୈଜ୍ଞାନିକମାନେ ଓମିକ୍ରନର ବ୍ୟବହାର ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଏ ପର୍ୟ୍ୟନ୍ତ ମିଳିଥିବା ଡାଟା ଅନୁଯାୟୀ, କରୋନା ଭାଇରସର ଅନ୍ୟ ଭାରିଏଣ୍ଟ ତୁଳନାରେ ଓମିକ୍ରନ ଅଧିକ ସଂକମିତ । ହେଲେ ଅନ୍ୟ ତୁଳନାରେ ଏତେଟା ଗମ୍ଭୀର ନୁହେଁ ।

ଦକ୍ଷିଣ ଆଫ୍ରିକାର ଡିସ୍କଭରି ହେଲ୍ଥର ଡାକ୍ତର ରେୟାନ ନୋଚ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଓମିକ୍ରନ ପଜେଟିଭ ରୋଗୀର ଲକ୍ଷଣ ରେ ଅଲଗା ପାର୍ଟନ ଦେଖାଯାଇଛି । ଏଥିରେ ପ୍ରାରମ୍ଭିକ ଲକ୍ଷଣ ଗଳାରେ ଖିଚ୍ ଖିଚ ହୋଇଥାଏ । ଏହାପରେ ନାକ ବନ୍ଦ ରହିବା, ଶୁଖିଲା କାସ, ମାଂସପେଶୀ ଓ ପିଠିର ତଳ ଭାଗରେ ଦରଜ ଅନୁଭବ କରିବା ଲକ୍ଷଣ ଦେଖିବାକୁ ମିଳିଛି । ଏହାର ଅର୍ଥ ନୁହେଁ ଯେ ଓମିକ୍ରନ କମ ମାରତ୍ମକ ଅଟେ ।

ସାର ଜନ ବେଲ ବିବିସି ରେଡିଓ କାର୍ୟ୍ୟକ୍ରମରେ କହିଛନ୍ତି ଯେ ପ୍ରାରମ୍ଭିକ ଲକ୍ଷଣରେ ଏହା ଗତ କରୋନା ଭାଇରସ ତୁଳନାରେ ବହୁତ ଅଲଗା ବ୍ୟବହାର କରିଥାଏ । ଏହି ଭାଇରସ ଶୁଖିଲା କାସ, ମାଂସପେଶୀ ଓ ପିଠିର ତଳ ଭାଗରେ ଦରଜ ଅନୁଭବ କରିବା ଲକ୍ଷଣ ଦେଉଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ।

ଭାରତରେ ଦ୍ରୁତ ଗତିରେ ସଂକ୍ରମିତ ହେବ ଓମିକ୍ରନ
ସାଉଥ ଏଫ୍ରିକା ଊଝଓ-ଘଜୠ ସେଣ୍ଟର ଡାଇରେକ୍ଟର ଜୁଲିଏତ ପୁଲିୟମ ଚେତାବନୀ ଦେଇଛି ଯେ ଏହି ମହାମାରୀ ଭାରତରେ ଦ୍ରୁତ ଗତିରେ ସଂକ୍ରମିତ ହେବ । ତେଣୁ ଭାରତର ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ପୂର୍ବ ପ୍ରସ୍ତୁତି କରିବା ସହ ଅଧିକ ସତକ ରହିବା ଆବଶ୍ୟକ । ପୁଲିୟମ ଆହୁରି କହିଛନ୍ତି ଯେ ପୂର୍ବରୁ ସଂକ୍ରମିତ ହୋଇଥିବା ଲୋକଙ୍କୁ ମଧ୍ୟ ଏହା ସଂକ୍ରମିତ କରୁଛି । ତେବେ ଓମିକ୍ରନ ଭାରିଏଣ୍ଟ ସମ୍ପର୍କରେ ବହୁତ କିଛି କୁହାଯାଇ ପାରିବ ନାହିଁ । ଏହା ଉପରେ ଅଧିକ ଗବେଷଣା ଚାଲିଛି ବୋଲି ପୁଲିୟମ କହିଛନ୍ତି ।