Odia News Portal

ଓସିଏସ ପରୀକ୍ଷା ଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

ଓଡିଶା ସିଭିଲ୍‌‌ ସର୍ଭିସ (ଓସିଏସ) ୨୦୨୧ ପରୀକ୍ଷାଫଳ ପ୍ରକାଶ ଉପରେ ମଧ୍ୟବର୍ତ୍ତୀକାଳୀନ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ। ବିନା ଅନୁମତିରେ ଫଳ ପ୍ରକାଶ ନକରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଚୟନ ପ୍ରକ୍ରିୟା ଜାରି ରହିଲେ ମଧ୍ୟ ଫଳ ପ୍ରକାଶ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।