Odia News Portal

ଓଡ଼ିଶା -ଆନ୍ଧ୍ର ସୀମାରୁ ୬୩୧ଟି କଇଁଛ ଜବତ, ୭ ଗିରଫ

ବେଆଇନ ଚାଲାଣ ବେଳେ ଜବତ ।  ଓଡ଼ିଶା – ଆନ୍ଧ୍ର ସୀମାରୁ ୬୩୧ଟି କଇଁଛ ଜବତ କଲା ମାଲକାନଗିରି ଜିଲ୍ଲା ବନ ବିଭାଗ ।  ଜବତ କଇଁଛ ଗୁଡ଼ିକ ଭାରତୀୟ ଫ୍ଲାପସେଲ୍ ପ୍ରଜାତିର ।  ମୋଟୁ ରେଞ୍ଜ୍ ରେ ବନ ବିଭାଗର ଏକ ସ୍ୱତନ୍ତ୍ର ଅପରେସନ ବେଳେ ଜବତ ହୋଇଛି ।  ଆନ୍ଧ୍ର ପ୍ରଦେଶ କୃଷ୍ଣା ଜିଲ୍ଲାର ୨ଜଣ ବ୍ୟକ୍ତି ବେଆଇନ ଭାବରେ କଇଁଛଗୁଡ଼ିକୁ ଓଡ଼ିଶା ସୀମାକୁ ଆଣିଥିଲେ ।

ଓଡ଼ିଶାର ୫ ଜଣଙ୍କୁ ବିକ୍ରି କରିଥାନ୍ତେ ।  ବିଶେଷ ସୂତ୍ରରୁ ସୂଚନା ପାଇ ରେଡ୍ କରିଥିଲେ ମୋଟୁ ରେଞ୍ଜ ବନ କର୍ମଚାରୀ ।  ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି ।  ଅଭିଯୁକ୍ତଙ୍କ ଠାରୁ ୬ଟି ମୋବାଇଲ୍ ଫୋନ୍, ୨ଟି ବାଇକ ,ଗୋଟିଏ ମହିନ୍ଦ୍ରା ବୋଲେରୋ ଗାଡ଼ି ଜବତ କରିଛି ବନ ବିଭାଗ ।  ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ ଅପରାଧ ମାମଲା ପଞ୍ଜିକୃତ ହୋଇଛି ।