ଓଡ଼ିଶା ପୁଲିସରେ ବଡ଼ଧରଣର ପଦୋନ୍ନତି ଓ ବଦଳି କରାଯାଇଛି। ରାଜ୍ୟ ପୁଲିସ ଏଷ୍ଟାବ୍ଲିସ୍ମେଣ୍ଟ୍ର ନିଷ୍ପତ୍ତି ମୁତାବକ, ରାଜ୍ୟ ଗୃହ ବିଭାଗ ବିଜ୍ଞପ୍ତି ନଂ-୨୩୯୮୭/ଏସପିଏସ୍ ବଳରେ ୭୮ଜଣ ଡିଏସ୍ପି ପାହ୍ୟାର ଅଧିକାରୀଙ୍କୁ ଅତିରିକ୍ତ ଏସ୍ପି ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି।କେନ୍ଦ୍ରାପଡ଼ା ଏସ୍ଡିପିଓ ଜୟନ୍ତ କୁମାର ମହାପାତ୍ରଙ୍କୁ ଜଗତସିଂହପୁର, ତନୁଜା ମହାନ୍ତିଙ୍କୁ ଭିଜିଲାନସ୍, ହେମନ୍ତ କୁମାର ପଣ୍ଡା ଡିଆଇବି ପୁରୀରୁ ଦେବଗଡ଼, ସୀମାଞ୍ଚଳ ଗନ୍ତାୟତ କ୍ରାଇମବ୍ରାଞ୍ଚରୁ ଭୁବନେଶ୍ବର ଇଓଡବ୍ଲୁ, ଦେବବ୍ରତ ଚକ୍ର କ୍ରାଇମବ୍ରାଞ୍ଚରୁ ପୁରୀ, ବେଣୁଗୋପାଳ ଆଚାର୍ୟ୍ୟ ଭିଜିଲାନ୍ସ, ଚନ୍ଦ୍ରଶେଖର ସାହୁଙ୍କୁ ଏଚ୍ଆର୍ପିସି କଟକ, ବାସୁଦେବ ସ୍ବାଇଁ କ୍ରାଇମବ୍ରାଞ୍ଚରୁ କନ୍ଧମାଳ, ଅନିଲ କୁମାର ବେହେରା ଦେବଗଡ଼ରୁ ଅତିରିକ୍ତ ଡିସିପି କଟକ-ଭୁବନେଶ୍ବର, ପ୍ରଶାନ୍ତ କୁମାର ପଟ୍ଟନାୟକ ଏସ୍ଡିପିଓ ନୂଆପଡ଼ାରୁ ଅତିରିକ୍ତ ଏସ୍ପି ନବରଙ୍ଗପୁର, ଅନିରୁଦ୍ଧ ରାଉତରାୟ କମିସନରେଟ୍ ପୁଲିସରୁ ଯାଜପୁର, ବିଷ୍ଣୁପ୍ରସାଦ ପତି ପିସିଆର୍ ସେଲ୍ ଖୋର୍ଦ୍ଧାରୁ ପୁରୀ, ରବୀନ୍ଦ୍ର କୁମାର ପଣ୍ଡା ଭିଜିଲାନ୍ସ, ଅଲବିନିସୁ କେର୍କେଟାଙ୍କୁ ରାଉରକେଲାରୁ ସମ୍ବଲପୁର, ବୀରେନ୍ଦ୍ର କୁମାର ନାୟକ ଭିଜିଲାନ୍ସରୁ ସୋନପୁର, ମାରିୟନସ୍ ମିଂଜ୍ ଭିଜିଲାନ୍ସରୁ ବୌଦ୍ଧ, ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ଭିଜିଲାନ୍ସ, ପ୍ରଭାସଚନ୍ଦ୍ର ପାଲ୍ ସ୍ପେସାଲ୍ ବ୍ରାଞ୍ଚରୁ ବାଲେଶ୍ବର ଆଇଜିପି ଇ.ଆର୍., ଶିଶିର କୁମାର ଭୋଇ ଭିଜିଲାନ୍ସ, ସେଲ୍ଷ୍ଟିନ୍ ଟିଗା ପିସିଆର୍ ସେଲ୍ ବୌଦ୍ଧରୁ କଳାହାଣ୍ଡି, ସୁଶାନ୍ତ କୁମାର ବିଶ୍ବାଳ ଭିଜିଲାନ୍ସ, ମନୋଜ କୁମାର ରାଉତ ସ୍ପେସାଲ୍ ବ୍ରାଞ୍ଚ୍, ଉମାଶଙ୍କର ପଣ୍ଡା ଏସ୍ଆଇଡବ୍ଲୁ ଭୁବନେଶ୍ବର, ପ୍ରଦୀପ କୁମାର ପ୍ରଧାନ ଭିଜିଲାନ୍ସ, ଚିନ୍ତାମଣି ପାତ୍ର ଗୁଇନ୍ଦା, କୃଷ୍ଣପ୍ରସାଦ ଦାଶ ଏଡିସିପି କମିସନ୍ରେଟ୍ ପୁଲିସ, ବିଷ୍ଣୁପ୍ରସାଦ ପାତ୍ର କମିସନ୍ରେଟ ପୁଲିସରୁ ରାୟଗଡ଼ା, କିଶୋରଚନ୍ଦ୍ର ମୁଣ୍ଡ୍ ପୁରୀ ସଦରରୁ ଖୋର୍ଦ୍ଧା, ବଟକୃଷ୍ଣ ମିଶ୍ର ବଲାଙ୍ଗୀରରୁ ନବରଙ୍ଗପୁର, ଅନୁପ କୁମାର କାନୁନ୍ଗୋ ସ୍ପେସାଲ୍ ବ୍ରାଞ୍ଚ, ଶ୍ରୀକାନ୍ତ କୁମାର ବେହେରା ଭିଜିଲାନ୍ସରୁ ଆଇୟୁସିଏଡବ୍ଲୁ କୋରାପୁଟ, ସୁରେନ୍ଦ୍ର ନାଥ ରାୟଗୁରୁ ଭିଜିଲାନ୍ସରୁ ତାଳଚେର, ଆନନ୍ଦବର୍ଦ୍ଧନ ଗୁରୁ ଏସ୍ଡିପିଓ ବୌଦ୍ଧରୁ କଳାହାଣ୍ଡି, ତପନନାରାୟଣ ରଥ ଡିଆଇବି ବଲାଙ୍ଗୀରରୁ ମାଲକାନଗିରି, ଦେବାଶିଷ ଧଳ ଡିଆଇବି ବୌଦ୍ଧରୁ କେନ୍ଦ୍ରାପଡ଼ା, ପ୍ରଭାଶଙ୍କର ନାୟକ ଏଚ୍ଆର୍ପିସି କଟକରୁ ରାଉରକେଲା, ଦେବଦତ୍ତ କର ପିସିଆର୍ ସେଲ୍ ଢେଙ୍କାନାଳରୁ କମିସନ୍ରେଟ୍ ପୁଲିସ, ସତ୍ୟଜିତ୍ ମିଶ୍ର ପିସିଆର୍ ସେଲ୍ ସୁବର୍ଣ୍ଣପୁରରୁ ଅନୁଗୁଳ, ଗୋପାଳପ୍ରସାଦ ପଟ୍ଟନାୟକ ଏଚ୍ଆର୍ପିସି କଟକକୁ ବଦଳି ହୋଇଛନ୍ତି।