Odia News Portal

କଟକରେ ଦୁର୍ଗାପୂଜା ଭଷାଣୀ ପାଇଁ କଟକଣା ଜାରି

ଦୁଇ ବର୍ଷ ପରେ ଏଥର ବିନା କରୋନା କଟକଣା ହେଉଛି ଦଶହରା । ଲୋକଙ୍କ ଗହଳି ଲାଗି ରହିଛି । ରଙ୍ଗ ବେରଙ୍ଗର ଆଲୋକ ମାଳା ରେ ଝଲସୁଛି ଗାଁ ଠୁ ସହର । ତେଣୁ ଦଶାହରା ଭଷଣା ଉପଲ କ୍ଷେ କମିଶନରେଟ ପୁଲିସ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ କଟକଣା ଜାରି କରାଯାଇଛି । ଏହି କଟକଣା ୬ ତାରିଖ ସକାଳ ୭ ଘଟିକା ଠାରୁ ୭ ତାରିଖ ଯାଏଁ ଲାଗୁ କରାଯାଇଛି । ମେଢ ଗୁଡିକ ମୁଖ୍ୟ ରାସ୍ତାରେ ସୂଚାରୁ ରୂପେ ଯିବା ନିମନ୍ତେ ମୁଖ୍ୟ ରାସ୍ତାରେ କୈାଣସି ଯାନବାହନ କୁ ଯିବାକୁ ଦିଆଯିବ ନାହିଁ ।କିନ୍ତୁ ମୁଖ୍ୟ ରାସ୍ତାରେ ମେଢ ଗୁଡିକ ଯାଉ ନଥିବା ସମୟରେ ଗୋଟିଏ ପଟରୁ ଅନ୍ୟ ପଟକୁ ଟ୍ରାଫିକ ନିର୍ଦ୍ଦେଶ ଅୁନସାରେ ଯାନବାହାନ ଗୁଡିକୁ ଯିବାକୁ ଦିଆଯିବ । ତେବେ ନିର୍ଦ୍ଦେଶ ଅନୁସାରେ ମେଢ ଗୁଡିକ ମଙ୍ଗଳାବାଗ ଛକ ଅତିକ୍ରମ କରୁଥିବା ବେଳେ କାଠ ଗୋଲା ଛକ ଠାରୁ କୌଣସି ଯାନବାହାନ ସିଧା ମଙ୍ଗଳାବାଗ କୁ ଆସି ପାରିବ ନାହିଁ ।ବମ୍ବେ ହୋଟେଲ ଛକ ଠାରୁ କୈାଣସି ଯାନବାହାନ ସିଧା କଲେଜ ଛକ ଆଡକୁ କିମ୍ବା ସିଡିଏ ମାର୍କେଟ କମ୍ପେ୍ଲକ୍ସ ଆଡକୁ ଆସିପାରିବ ନାହିଁ ।