ବିକଟାଳ ଶବ୍ଦ କରୁଥିବା ଗାଡି ବିରୋଧରେ ଆକ୍ସନ । କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ମୋଡିଫାଏଡ ସାଇଲେସନସର ଲଗାଇଥିବା ଯୁବକଙ୍କ ବାଇକ୍କୁ ଜବତ କରାଯାଇଛି । ଏହାସହିତ ମୋଡିଫାଏଡ ସାଇଲେନସର ପାଇପ୍କୁ ବି କଟାଯାଇଛି ।
ଖବର ଅନୁଯାୟୀ, ବାଇକ୍ରେ କିଛି ଯୁବକ ମୋଡିଫାଏଡ ସାଇଲନସର ଲଗାଇ ବିକଟାଳ ଶବ୍ଦ କରୁଥିଲେ । ଯାହାଦ୍ୱାରା କି ରାସ୍ତାରେ ଯିବାଆସିବା କରୁଥିବା ଲୋକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଶେଷରେ ଆକ୍ସନକୁ ଆସିଥିଲା କମିଶନରେଟ୍ ପୋଲିସ। ବିଭିନ୍ନ ସ୍ଥାନମାନଙ୍କରେ ଚଢାଉ କରି ଗାଡିରେ ଲାଗିଥିବା ମୋଡିଫାଏଡ ସାଇଲେନସର କାଟିଥିଲେ। ଏହିକ୍ରମରେ ଗୁରୁବାର ଦିନ ମଧ୍ୟ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା କମିଶନରେଟ୍ ପୋଲିସ। ଏହି ଚଢାଉରେ ବସ୍ ଏବଂ ବାଇକରେ ଲାଗିଥିବା ମୋଡିଫାଏଡ୍ ସାଇଲେନସର ପାଇପକୁ କଟାଯାଇଛି।
ସୂଚନାଯୋଗ୍ୟ ଯେ, କଟକରେ ବୁଧବାର ଦିନ କଟକର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା କମିଶନରେଟ୍ ପୋଲିସ । ଏହି ଚଢାଉରେ ୧୨୦ରୁ ଅଧିକ ବସ୍ ଅଟକାଇ ଯାଞ୍ଚ୍ କରାଯାଇଥିଲା । ଯାହାମଧ୍ୟରେ ୮୫ଟି ବସ୍ରେ ପୁଲିସ୍ ମଲ୍ଟି ଟୋନ୍ ହର୍ଣ୍ଣ ଲାଗିଥିବାର କର୍ମଚାରୀମାନେ ଜାଣିବାକୁ ପାଇଥିଲା। ଉକ୍ତ ୮୫ଟି ଯାକ ଗାଡ଼ିରୁ ପୁଲିସ୍ ମଲଟି ହର୍ଣ୍ଣ ଖୋଲି ଥିବାର ସୂଚନା ମିଳିଛି। ମୋଟର ଯାନ ଆଇନ୍ ଉଲ୍ଲଂଘନ କରିଥିବା ବସ୍ଗୁଡ଼ିକରୁ ୫ ଶହ ଟଙ୍କା ଲେଖାଏଁ ପୁଲିସ୍ ଜରିମାନା ଆଦାୟ ବି ହୋଇଛି।
