Odia News Portal

କର୍ଣ୍ଣାଟକରେ ପୁଣି ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଦେଶରେ ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । କର୍ଣ୍ଣାଟକରେ ପୁଣି ୫ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଓମିକ୍ରନ ଆକ୍ରାନ୍ତକୁ ମିଶାଇ କର୍ଣ୍ଣାଟକରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିବା ବେଳେ, ଓମିକ୍ରନ ଆକ୍ରନ୍ତଙ୍କୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ସଚେତନ କରାଯାଉଛି । ସେପଟେ,ଦେଶର ୧୨ଟି ରାଜ୍ୟରେ କାୟା ମେଲାଇ ସାରିଲାଣି ଓମିକ୍ରନ ଭୂତାଣୁ । ମହାରାଷ୍ଟ୍ରରେ ସର୍ବାଧିକ ୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଜାତୀୟ ରାଜଧାନୀ ଦିଲ୍ଲୀରେ ୨୨, ତେଲେଙ୍ଗାନାରେ ୨୦, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୧୯, ଗୁଜରାଟରେ ୯, କେରଳରେ ୧୧, ଉତ୍ତରପ୍ରଦେଶରେ ଦୁଇଜଣ, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ତାମିଲନାଡୁ ଏବଂ ପଶ୍ଚିମରେ ଜଣେ ବ୍ୟକ୍ତିଙ୍କ ଠାରେ ଓମିକ୍ରନ୍ ଭୂତାଣୁ ଚିହ୍ନଟ ହୋଉଛି । ତେବେ ଦେଶର ସମସ୍ତ ରାଜ୍ୟର ଓମିକ୍ରନ୍ ଆକ୍ରାନ୍ତକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮ରେ ପହଞ୍ଚିଛି।