Odia News Portal

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ୬ମୃତ୍ୟୁ ଘଟଣା : ସ୍ଥିତି ଅନୁଧ୍ୟାନ କରିବେ ସ୍ବାସ୍ଥ୍ୟମନ୍ତ୍ରୀ

କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୬ ରୋଗୀ ମୃତ୍ୟୁ ଘଟଣାରେ ଅନୁଧ୍ୟାନ ପାଇଁ ମେଡିକାଲ ଯିବେ ସ୍ବାସ୍ଥ୍ୟମନ୍ତ୍ରୀ । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ସମୀକ୍ଷା କରିବେ । ମେଡିକାଲର ସମସ୍ତ କର୍ମଚାରୀଙ୍କୁ ଘଟଣା ନେଇ ପଚରାଉଚରା କରିବେ । ସେହିପରି ଆଜି ଏସ୍‌ସିବିର ଆଉ ଦୁଇ ଜଣ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଯିବେ । ତଦନ୍ତ ପରେ ଆଜି ତଦନ୍ତ ରିପୋର୍ଟ ଦେବେ ତଦନ୍ତକାରୀ ଦଳ ।

ନର୍ସଙ୍କ ଭୁଲ ଇଞ୍ଜେକସନରୁ ୬ ରୋଗୀଙ୍କ ମୃତ୍ୟ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଜି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଡିଏମଇଟି ଘଟଣାର ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ତଦନ୍ତ ସରିବା ପରେ ବ୍ୟବଚ୍ଛେଦ ରିପୋର୍ଟ ସହ ମେଳ କରାଯିବ । ଏହାପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାତିରେ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଏଭଳି ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ମେଡିକାଲ ଡିନ କିନ୍ତୁ ଭୁଲ ଇଞ୍ଜେକ୍ସନ କଥାକୁ ଖଣ୍ଡନ କରିଛନ୍ତି ।