ଏଥର ଶସ୍ତାରେ ବାଲି ପାଇବେ ଲୋକ। ସାଧାରଣ ଲୋକ ସହଜ ଓ ଶସ୍ତାରେ ବାଲି ପାଇଲେ ଖଣ୍ଡେ ଘର ବନେଇ ପାରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରୁଥିବା ଲୋକଙ୍କୁ ପରମିଟ୍ ଇସୁ ହେବ । ସେମାନେ ବିନା ମୂଲ୍ୟରେ ଦୁଇ ଟ୍ରାକ୍ଟର ବାଲି ଆଣିପାରିବେ। ବାଲି ଖର୍ଚ୍ଚରୁ କିଛି ମାତ୍ରାରେ ମୁକ୍ତି ପାଇବେ ।
ନଦୀ ଭିତରୁ ପସି ବାଲି କାଢ଼ିବା ବନ୍ଦ ହେବ। ହାଇୱା ବ୍ୟବହାର ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା ଏତେ ଲୋଡ଼ ନେଇପାରୁନାହିଁ । ଏହା ନଷ୍ଟ ହେଉଛି । ତେଣୁ କେତେ ଓଜନର ବାଲି ଗାଡି ଯାଉଛି । ତେଣୁ ଏସବୁକୁ ନେଇ ନୂଆ ଏସଓପି ଆସିବାକୁ ଯାଉଛି । ଏଥିସହ କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା, ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି , ଯିଏ ବି ଏହି କାଣ୍ଡ କରିଛି ତାକୁ ଖୋଜି ଖୋଜି ଦଣ୍ଡ ଦିଆଯିବ ।
ଗୋଟେପଟେ ବାଲି ତସ୍କରୀକୁ ରୋକିବାକୁ ପ୍ରଶାସନ ଉଦ୍ୟମ କରୁଛି । କିନ୍ତୁ ଅନ୍ୟପଟେ ବିହାର , ବେଙ୍ଗଲ ଭଳି ଓଡ଼ିଶାର ମାଫିଆମାନେ ଆଇନ୍କୁ ହାତକୁ ନେଉଛନ୍ତି । ବଡ଼ ବଡ଼ ସରକାରୀ ଅଧିକାରୀମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏହି ଆକ୍ରମଣ କରିବାର ଯେଉଁ ଦୁଃସାହସ ସେମାନେ କରଛନ୍ତି ଏହା ତାଙ୍କର ଶେଷ ଦୁଃସାହସ ହେଉ । ଏ ଘଟଣାରେ ମୁଁ ଅଧିକାରୀମାନଙ୍କ ସହ କଥା ହୋଇଛି । ଯେଉଁମାନେ ଏହି କାଣ୍ଡ କରିଛନ୍ତି ଏବଂ ଯେଉଁମାନେ ପ୍ରଚ୍ଛଦପଟରେ ରହିଛନ୍ତି ସମସ୍ତଙ୍କୁ ଧରାଯିବ । ତଦନ୍ତ ସେ ପର୍ଯ୍ୟନ୍ତ ହେବ ଯେଉଁ ପର୍ଯ୍ୟନ୍ତ ସେମାନେ ଧରା ନ ପଡ଼ିଛନ୍ତି । କେହି ବର୍ତ୍ତିବା କଥା ନୁହେଁ , ପାତାଳରେ ଥିଲେ ବି ବାନ୍ଧିକି ଆଣି ଦଣ୍ଡ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜନୈତିକ ଦଳ ସାମିଲ ଥାଉ ବା ଯେତେବଡ଼ ପ୍ରଭାବଶାଳୀ ଲୋକ ଏହି କାଣ୍ଡ ପଛରେ ଥାଉ , ରାଜଧର୍ମରେ କାହା ମୁହଁ ଦେଖାଯିବନି । ଓଡ଼ିଶାକୁ ଆଉ ଗୋଟେ ବିହାର ଆଉ ଗୋଟେ ବେଙ୍ଗଲ କରିବାକୁ ଦେବୁନାହିଁ । ଏହା ଏକ ଛୋଟ ଘଟଣା ନୁହେଁ , ତେଣୁ ମୁଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ଯେ ଏହା ଓଡ଼ିଶାରେ ଶେଷ ଘଟଣା ହେଉ । ଅପରାଧକୁ ମୂଳରୁ ନାଶ କରାଯାଉ । ଭବିଷ୍ୟତରେ ଯେମିତି ଏଭଳି ଘଟଣା ନ ଘଟୁ । ଓଡ଼ିଶାକୁ ମୋର ଏହି ସନ୍ଦେଶ ରହିବ , ଯିଏ ଅପରାଧ କରିବ ସେ ଆଇନ ଆଖିରୁ ବର୍ତ୍ତିବ ନାହିଁ । ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।