Odia News Portal

କ୍ୟାମେରାରେ ଧରା ପଡ଼ିଲା ମହାବଳ ବାଘ

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଞ୍ଚଳରେ ବୁଲୁଛି ବାଘ । ତାହା ପୁଣି କଲରାପତରାଆ ନୁହେଁ, ମହାବଳ ବାଘ। ବନ ବିଭାଗର ଟ୍ରାପ କ୍ୟାମେରାରେ ଆସିଛି ଏହାର ଫଟୋ ।

କିଛି ଦିନ ହେଲା ଏହି ବାଘଟି ସୀମାନ୍ତ ଆନ୍ଧ୍ର ପ୍ରଦେଶର ସାରାଳି ଅଞ୍ଚଳରେ ବୁଲୁଥିବାର ଖବର ଆସିଥିଲା। ଉକ୍ତ ବାଘଟି ଏକ ଗାଇକୁ ଝାମ୍ପି ଖାଇଥିବା ଗଜପତି ଜିଲ୍ଲା ଅଁଳାବର ଗାଁର ଲୋକେ କହିଥିଲେ। 

ବନ ବିଭାଗ କର୍ମଚାରୀ ଆସି ପହଞ୍ଚି ବାଘର ପାଦ ଚିହ୍ନ ଦେଖିବାକୁ ପାଇଥିଲେ। କିଛି ଦୂରରେ ଗାଈର ମୃତଦେହ ପଡ଼ିଥିଲା। ଗାଈଟିକୁ ବାଘଟି ଅଧା ଖାଇ ଛାଡ଼ି ଦେଇଛି। ଏହା ପରେ ବନ ବିଭାଗ ଟ୍ରାପ୍ କ୍ୟାମେରା ଲଗାଇଥିବା ବେଳେ ସେଥିରେ ମହାବଳ ବାଘର ଫଟୋ ଉଠିଛି।