ଗତ ଶନିବାରରୁ ଲୋୟର ପିଏମଜିରେ ଧାରଣାରେ ବସିଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନେ ଆଜି ଆନ୍ଦୋଳନରୁ ହଟିପାରନ୍ତି। ଆଜି ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏନେଇ ମନ୍ତ୍ରୀ ସମୀରରଂଜନ ଦାଶ କହିଛନ୍ତି, ଶିକ୍ଷକମାନଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର ଏନେଇ ଅର୍ଡର ବାହାରିବ । ସେପଟେ ଆଲୋଚନା ପରେ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ଯେ ସଂଧ୍ୟା ସୁଦ୍ଧା ଅର୍ଡର ବାହାରିବା ନେଇ ପ୍ରତିଶ୍ରୁତି ମିଳିଛି। ତେବେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆନ୍ଦୋଳନ ସ୍ଥଗିତ ରଖାଯିବ।
ଠିକା ନିଯୁକ୍ତି ଉଚ୍ଛେଦ ନେଇ ଗତବର୍ଷ ଅକ୍ଟୋବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାରି ଭିତରେ ବିଭିନ୍ନ ବିଭାଗ ଏହାକୁ କାର୍ୟ୍ୟକାରୀ କରିଥିବା ବେଳେ ଗଣଶିକ୍ଷା ବିଭାଗ କାର୍ୟ୍ୟକାରୀ କରିନାହାନ୍ତି, ଯାହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ସଂଘ। ୨୦୧୬ରୁ ୨୦୨୨ ଯାଏଁ ହଜାର ହଜାର ହାଇସ୍କୁଲ ସିବିଟି ଶିକ୍ଷକ ଆନ୍ଦୋଳନରେ ଯୋଗ ଦେଇଛନ୍ତି ।
ସଂଘର କହିବା କଥା, ନିକଟରେ ମୁଖ୍ୟମନ୍ତ୍ରୀ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ନେଇ ଘୋଷଣା କରିଥିଲେ। ଏହାପରେ ସାଧାରଣ ଓ ପ୍ରଶାସନିକ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଯେଉଁଥିରେ ଚୁକ୍ତିଭିତ୍ତିକ ପଦବିକୁ ନିୟମିତ କରି ୬ଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା ପାଇଁ ଉଲ୍ଲେଖ ରହିଥିଲା। ମାତ୍ର ଏହି ଆଦେଶକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ୟ୍ୟକାରୀ କରୁନଥିବା ନେଇ ସଂଘ ଅଭିଯୋଗ କରିଛି। ଫଳରେ ୧୮ହଜାର ହାଇସ୍କୁଲ ନିୟମିତ ହେବାରୁ ବଞ୍ଚିତ ହୋଇଛନ୍ତି।
Sign in
Sign in
Recover your password.
A password will be e-mailed to you.
