Odia News Portal

ଗଜପତି ମାର୍ଲବା ଘାଟିରେ ଓଲଟିଲା ବସ୍‌ : ୨୫ ଆହତ

ମାର୍ଲବା ଘାଟିରେ ଇସ୍ପାତ ବସ୍ ଦୁର୍ଘଟଣା । ଗଜପତି ଜିଲ୍ଲା ରାୟଗଡ଼ ଥାନା ମାର୍ଲବା ଘାଟିରେ ଇସ୍ପାତ ବସ୍ ଦୁର୍ଘଟଣା ଘଟିଛି । ବସ୍‌ଟି ଭୁବନେଶ୍ଵରଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ବେଳେ ମାର୍ଲବା ଘାଟିରେ ଓଲଟି ପଡିଛି ।  ଘାଟି ରାସ୍ତାରୁ ଆସୁଥିବା ବେଳେ ଆରପଟେ ଓଲଟି ପଡିଥିଲା ।  ବସରେ ଥିବା ୨୫ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି  ।  ଆହତ ମାନଙ୍କୁ ପ୍ରଥମେ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ଆହତ ମାନଙ୍କୁ ଚିକିତ୍ସା ପାଇଁ ପଠାଯାଇଛି  ।  କିଛି ଜଣଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।