Odia News Portal

ଗନ୍ଧମାର୍ଦନ ପାହାଡ଼ରେ ମାଓ କ୍ୟାମ୍ପ ଠାବ, ଘଟଣାସ୍ଥଳରୁ ଖସି ପଳାଇଲେ ମାଓବାଦୀ

ମାଓ କ୍ୟାମ୍ପ ଠାବ । ବଲାଙ୍ଗିର ଗନ୍ଧମାର୍ଦନ ପାହାଡ଼ରେ ମାଓ କ୍ୟାମ୍ପ ଠାବ । ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ତେବେ ଘଟଣାସ୍ଥଳରୁ ଖସି ପଳାଇଛନ୍ତି ମାଓବାଦୀ । ପାହାଡ ଉପରେ ମାଓ କ୍ୟାମ୍ପ ଚାଲୁଥିବା ଖବର ପାଇ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ମୁହାଁମୁହିଁ ହୋଇଥିଲେ ପୋଲିସ ଓ ମାଓବାଦୀ । ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜୋରଦାର ଚାଲିଥିବା ବଲାଙ୍ଗିର SP ସୂଚନା ଦେଇଛନ୍ତି ।