Odia News Portal

ଗମ୍ଭାରୀମୁଣ୍ଡା ପର୍ଶୁରାମ କଲେଜ ର ଅଧ୍ୟାପକ ନୀଳମଣି ଘଡାଇ ପରଲୋକ

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ପର୍ଶୁରାମ ମହାବିଦ୍ୟାଳୟ +୨ଏଜୁକେଶନ ଅଧ୍ୟାପକ ନୀଳମଣି ଘଡ଼ାଇ ୫୩ବର୍ଷ
ହଠାତ୍ ହୃଦ୍ଦ ଘାତରେ ମୃତ୍ୟୁ ବରଣ ହୋଇଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ । ସ୍ଥାନୀୟ ଅଞ୍ଚଳରେ ସୋକର ଲହରୀ ଖେଳିଯାଇଛି। ସ୍ବର୍ଗତ ନୀଳମଣି ଙ୍କ ଘର ଟାଙ୍ଗୀ ଥାନା କାଳୁପଡା ବାଲିନାସି ଗ୍ରାମରେ । ସେ ଦୀର୍ଘ ୨୮ବର୍ଷ ଧରି ପର୍ଶୁରାମ ମହାବିଦ୍ୟାଳୟ ରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ଆସୁଥିବାବେଳେ । ସବୁଦିନ ପରି ଶୁକ୍ରବାର ରାତିରେ ଭୋଜନ ସାରି ସୋଇଯାଇଥିଲେ । ଆଜି ସକାଳୁ ତାଙ୍କର କ
ଉଠିବାରେ ବିଳମ୍ବିତ ହେବାରୁ ପରିବାର ଲୋକମାନେ ଉଠାଇ ବା ବେଳକୁ । ସେ ଚେତା ଶୂନ୍ୟ ହୋଇ ପଡ଼ିଥିଲେ । ସଙ୍ଗେସଙ୍ଗେ ପରିବାର ଲୋକମାନେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଟାଙ୍ଗୀ ଡାକ୍ତର ଖାନା ଆଣିଥିବା ବେଳେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ବର୍ଗତ ଅଧ୍ୟାପକ ଶ୍ରୀ ଘଡାଇ ଜଣେ ଧର୍ମ ପରାୟଣ , ମିଷ୍ଟଭାଷୀ , ପରୋପକାରୀ ଓ ବନ୍ଧୁ ମିଳାପି ଥିଲେ । ତାଙ୍କର ଦେହାନ୍ତ ଖବର ଶୁଣିଲା ପରେ ପର୍ଶୁରାମ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ, କର୍ମଚାରୀ ଦୁଃଖରେ ଭାଙ୍ଗି ପଡିଥିବା ବେଳେ I ସାରା ଚିଲିକା ଅଂଚଳରେ ଶୋକର ଛାୟା ଖେଳିଯାଇଛି!!