ଗାଡିରେ ଏସି ଚଲାଇ ଶୋଇଥିଲେ ବ୍ଲକ ଜେଇ । ବାଟରୁ ଗାଡି ଭିତରୁ ମିଳିଲା ମୃତଦେହ । ମୃତକ ହେଉଛନ୍ତି, ଚନ୍ଦ୍ର ଶେଖର ଝାଡ଼ିଆ । ସେ ବରଗଡ ବରପାଲିର ହଳଦୀ ପାଳିଛକରେ ଗାଡିରେ Ac ଲଗାଇ ଶୋଇପଡିଥିଲେ । ତେବେ ହଠାତ୍ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନା ଥାଉକି, ବାଟରେ ଯାଉଥିବାବେଳେ ଅଧିକ ଗରମ ହେବାରୁ ଗାଡିରେ ଏସି ଲଗାଇ ଶୋଇପଡିଥିଲେ । ଯାହା ଅନୁମାନ କରାଯାଉଛି, Ac ଟି ଖରାପ ହେବା ସହ Ac ଟି ସରସର୍କିଟ ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ଦେହ ସାରା ଜଳାପୋଡା ହୋଇଥିବା ନଜର ଆସିଛି l
ସେପଟେ ତାଙ୍କ ସ୍ତ୍ରୀ ପୋଲିସକୁ କହିବା ଅନୁସାରେ ଗୁରୁବାର ଦିନ ୧୨ଟା ରୁ ଘରୁ ବାହାରି ଆସିଥିଲେ l ରାତିରେ ଫୋନ୍ ଉଠାଇ ନଥିଲେ l ପରେ ଖୋଜା ଖୋଜି କରିବାରୁ ଗାଡିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଥିବା ବେଳେ ମୃତଦେହ ଉଦ୍ଧାର କରିଛି ପୋଲିସ…