ତେଜିଲା ସଂରକ୍ଷଣ ରାଜନୀତି,ଭୁବନେଶ୍ବର ଗାନ୍ଧୀମାର୍ଗରେ କଂଗ୍ରେସର ପ୍ରତିବାଦ । ଜାତିଭିତ୍ତିକ ଜନଗଣନା, ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ ଭାଗ ସ୍ଥାନ ସଂରକ୍ଷଣ ଦାବି କରି ଗାନ୍ଧୀ ମାର୍ଗରେ କଂଗ୍ରେସର ୨୪ଘଣ୍ଟିଆ ପ୍ରତିବାଦ ଜାରି ରହିଛି । ସଂରକ୍ଷଣ ଦାବିକୁ ନେଇ ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ଆଗକୁ ଲଢ଼େଇ ଜାରି ରଖିବ ବୋଲି କହିଛି କଂଗ୍ରେସ ।
ରାଜ୍ୟ ସରକାର ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆବର୍ଗଙ୍କ ନିମନ୍ତେ ମାତ୍ର ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଷ୍ପତ୍ତି କରି କଂଗ୍ରେସ ଦଳର ଦାବିକୁ ଉପେକ୍ଷା କରିଛନ୍ତି । ଏଭଳି କରି ପଛୁଆବର୍ଗଙ୍କ ସ୍ବାର୍ଥପ୍ରତି ଅଣଦେଖା କରିଛନ୍ତି ବୋଲି କହିଛନ୍ତି ପିସିସି ସଭାପତି । ସେ ଆହୁରି ମଧ୍ୟ କହିଛନ୍ତି,ସରକାର ଭିକ ଦେଲା ଭଳି ବ୍ୟବସ୍ଥା କରନ୍ତୁ ନାହିଁ । ରାଜ୍ୟ ସରକାର ତୁରନ୍ତ ୨୭ ପ୍ରତିଶତ ସଂରକ୍ଷଣ ଦିଅନ୍ତୁ ନହେଲେ ଲଢ଼େଇ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।