ଗାଡ଼ି ଚଳାଇବା ବେଳେ ଅସୁସ୍ଥ ହୋଇପଡ଼ିଲେ ଡ୍ରାଇଭର । ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ୍ । ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ଗାଡ଼ି ଚଳାଉଥିବା ସମୟରେ ଡ୍ରାଇଭରଙ୍କୁ ଫିଡ୍ସ ମାରିବାରୁ ଏଭଳି ଦୁର୍ଘଟଣା ଘଟିଥିଲା । ଘଟଣାଟି କୋରାପୁଟ ଜିଲ୍ଲା ଜୟପୁର ସହର ନିକଟ ଗଡପଦର ଗାଁରେ ଘଟିଛି ।
ସବୁଦିନ ଭଳି ଆଜି ମଧ୍ୟ ଲକ୍ଷ୍ମୀବସ ଜୟପୁରରୁ ଗଡପଦର ଗାଁକୁ ୩୦ରୁ ଅଧିକା ଯାତ୍ରୀଙ୍କୁ ନେଇ ଯାଉଥିଲା । ହଠାତ୍ ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା ବସ୍। ଆହତଙ୍କୁ ଜୟପୁର ଜିଲ୍ଲା ମେଡିକାଲକୁ ପଠାଯାଇଥିବା ବେଳେ ସେମାନଙ୍କ ଭିତରେ ୪ ବର୍ଷର ଶିଶୁ ଥିବା ଜଣାପଡ଼ିଛି ।