ପ୍ରେମିକାକୁ ଛୁରାମାଡ଼ କରି ହତ୍ୟା । ଥରେ କି ଦୁଇଥର ନୁହେଁ ବାରମ୍ବାର ଛୁରାମାଡ଼ କରି ହତ୍ୟା କରିଛି ପୁରୁଷବନ୍ଧୁ । ନୂଆ ବସ ଷ୍ଟାଣ୍ଡ୍ ନିକଟ ପୁଷ୍ପାଞ୍ଜଳି ଗେଷ୍ଟ୍ ହାଉସ୍ରେ ଯୁବତୀଙ୍କୁ ଛୁରା ଭୁସି ହତ୍ୟା କରିବା ଘଟଣାରେ ଆଜି ଅଭିଯୁକ୍ତ ଅଭୟ ମହାରଣାକୁ ଧରି କ୍ରାଇମ୍ ସିନ୍- ରି- କ୍ରଏସନ୍ କଲା ପୁଲିସ । ହୋଟେଲ ନେଇ ହତ୍ୟା କିଭଳି କରିଥିଲା ତାହାର ରୂପାନ୍ତର କରିଥିଲା । ପ୍ରିୟାକୁ କିଭଳି ଓ କେଉଁ ପରିସ୍ଥିତିରେ ହତ୍ୟା କଲା ତାହା ଦେଖାଇଲା ଅଭୟ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାବେଳେ ପରେ ମନାନ୍ତର ହୋଇଥିଲା ଯାହାଫଳରେ ହତ୍ୟା କରିବାକୁ ଏହି ଷଡ଼୍ଯନ୍ତ୍ର କରିଥିଲା ଅଭୟ ।
ହତ୍ୟା କରିବା ପୂର୍ବରୁ ପ୍ରିୟା ସହ ଶାରୀରିକ ସମ୍ପର୍କ ରଖିଥିଲା । ଆଉ ଏହା ପରେ ଏକ ଧାରୁଆ ଛୁରୀରେ ବାରମ୍ବାର ଭୁସି ନିର୍ମମ ଭାବେ ହତ୍ୟା କରି ଗୋଷାଣୀ ନୂଆଗାଁ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା ଅଭୟ । ଘଟଣାସ୍ଥଳରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ଆଜି ଏମକେସିଜି ମେଡିକାଲରେ ପ୍ରିୟାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବ । ତେବେ ଅଭୟ ଓ ପ୍ରିୟା ଗୋଟିଏ ସାହିରେ ରହୁଥିବା ବେଳେ ଉଭୟେ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ । ଅଭୟଙ୍କ ଚାକିରି ଯିବାପରେ ପ୍ରିୟା ପୂର୍ବ ଭଳି ଅଭୟଙ୍କୁ ସମ୍ମାନ ଦେଉନଥିଲେ । ପ୍ରିୟାଙ୍କ ପାଇଁ ବିଭିନ୍ନ ସ୍ଥାନରୁ ବିବାହ ପ୍ରସ୍ତାବ ଆସୁଥିବା ଜାଣି ପ୍ରିୟାଙ୍କୁ ହତ୍ୟା କରିବାର ଯୋଜନା କରିଥିଲା ଅଭିଯୁକ୍ତ ଅଭୟ ।