ଚନ୍ଦ୍ରଯାନ-୩ ପରେ ଇସ୍ରୋକୁ ଆଉ ଏକ ସଫଳତା । ସିଙ୍ଗାପୁରର ୭ଟି ଉପଗ୍ରହକୁ ମହାକାଶକୁ ପଠାଇଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଶ୍ରୀହରିକୋଟାରୁ ପିଏସଏଲଭି-ସି ୫୬ର ଉତକ୍ଷେପଣ ହୋଇଛି । ୭ଟି ଉପଗ୍ରହ ସହ ଲଞ୍ଚ ହୋଇଛି ପିଏସଏଲଭି-ସି ୫୬ । ଭାରତର କମର୍ସିଆଲ ମିଶନ ହେଉଛି ପିଏସଏଲଭି-ସି ୫୬ । ସିଙ୍ଗାପୁରର ଡିଏସ୍-ଏସଏଆର୍ ସମେତ ୭ଟି ସାଟେଲାଇଟ୍ ଲଞ୍ଚ ହୋଇଛି । ସତୀଶ ଧୱନ କେନ୍ଦ୍ର ବୈଜ୍ଞାନିକମାନେ ଏହି ଉତକ୍ଷେପଣ ଉପରେ ନଜର ରଖିଛନ୍ତି । ଏହି ସମୟରେ ଇସ୍ରୋ ଚେୟାରମ୍ୟାନ ଏସ୍ ସୋମନାଥ ଓ ଅନ୍ୟ ବରିଷ୍ଠ ବୈଜ୍ଞାନିକମାନେ ଉପସ୍ଥିତ ରହିଥିଲେ ।