Odia News Portal

ଚାରିଦିନିଆ ଓଡ଼ିଶା ଗସ୍ତରେ ଜଷ୍ଟିସ ଅରିଜିତ ପଶାୟତ

ଆଜି ଠାରୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କଳାଧନ ସମ୍ପର୍କିତ ଗଠିତ ଏସଆଇଟିର ଉପାଧ୍ୟକ୍ଷ ଡକ୍ଟର ଜଷ୍ଟିସ ଅରିଜିତ ପଶାୟତ। ସନ୍ଧ୍ୟାରେ ସେ ଭୁବନେଶ୍ବରରେ ପହଞ୍ଚିବା ପରେ ୮ତାରିଖ ସକାଳୁ ପୁରୀ ଗସ୍ତରେ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ। ଏହା ସହ ଦିନ ୨ ଟା ବେଳେ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକରେ ଅଧ୍ୟକ୍ଷତା କରିବେ।