ଭିସୁଟ୍ ପୂର୍ବତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାରେ ସମ୍ବଲପୁର ଏସପିଙ୍କ ସୂଚନା । ଡାଏଟମ ରିପୋର୍ଟ ଅନୁସାରେ ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ କେଉଁଭଳି ପରିସ୍ଥିତିରେ ହେଲା ତାର ତଦନ୍ତ ଚାଲୁ ରହିବ । ଆତ୍ମହତ୍ୟା କରିଛନ୍ତି କି କେହି ଆତ୍ମହତ୍ୟା ପାଇଁ ବାଧ୍ୟ କରିଛି ତାର ମଧ୍ୟ ତଦନ୍ତ ହେବ ।
ଭିସେରା ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହୋଇଯିବ । କିଛି ବିଷାକ୍ତ ପଦାର୍ଥ ବା ନିଶାଦ୍ରବ୍ୟ ଖାଇଥିଲେ ଭିସେରାରୁ ଜଣାପଡିବ । ତେବେ ତାଙ୍କ ସହ କାହାର ଝଗଡା ବା ମାରିବା ଚକ୍ରାନ୍ତର କିଛି ପ୍ରମାଣ ନାହିଁ । କୌଣସି ଯୌନାଚାର ମଧ୍ୟ ହୋଇନଥିବା ପିଏମ୍ ରିପୋର୍ଟରୁ ଜଣାପଡିଛି ବୋଲି କହିଛନ୍ତି ଏସପି ।
