Odia News Portal

ଚୀନ ରେ ଲକ୍ ଡାଉନ

ଚୀନରେ ପୁଣି ଥରେ ବ୍ୟାପିଛି ସଂକ୍ରମଣ । କୋରନାର ନୂଆ ଲହରକୁ ରୋକିବା ପାଇଁ ଲକ୍ ଡାଉନ
ଘୋଷଣା କରିଛନ୍ତି ଚୀନ ସରକାର । ଆବଶ୍ୟକ ନପଡିଲେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଚୀନ ସରକାର ।
ପ୍ରତି ଦିନେ ଛଡା ଦିନେ ଘରର କେବଳ ଜଣେ ଲୋକ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଘରୁ ବାହାରିପାରିବେ ବୋଲି କୁହାଯାଇଛି । ଏକାଥରେ ୧୨୭ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ଚୀନ୍ ସରକାର ଏହି ପଦକ୍ଷେପ ନେଇଛନ୍ତି । କୌଣସି ସ୍ଥାନରେ ଲୋକଙ୍କ ଭିଡ ଯେପରି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ସ୍ଥାନୀୟ ପ୍ରଶାସନକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।