Odia News Portal

ଚେନ୍ନାଇ ନିୟୁ ଜଲପାଇଗୁଡି ଟ୍ରେନର ଦୁଇଟି ଜେନେରାଲ ବଗି ଲାଇନଚ୍ୟୁତ

ଆଜି ଯାଜପୁର ଜିଲ୍ଲାର ଜଖପୁରା ଷ୍ଟେସନରେ ଚେନ୍ନାଇ ନିୟୁ ଜଲପାଇଗୁଡି ଟ୍ରେନର ତିନି ଗୋଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଯାଇଛି | ତେବେ ଏଥିରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନାହିଁ। ଲାଇନ୍ କାର୍ଯ୍ୟ ଚାଲୁଥିବାବେଳେ ଟ୍ରେନର ଗତି କମ୍ ଥିବାରୁ ଯାତ୍ରୀ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ।ମିଳିଥିବା ସୂଚନା ମୁତାବକ ସକାଳ ୮ ଟା ୫୦ ମିନିଟରେ ଘଟଣା ଘଟିଛି । ଟ୍ରାକ୍ ଚେଞ୍ଜ କରୁଥିବା ବେଳେ ଗୋଟିଏ ଏସି ବଗି ଓ ଦୁଇଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଯାଇଥିଲା | ବର୍ତ୍ତମାନ ତିନୋଟି ବଗିକୁ ପୁଣି ଧାରଣା ଉପରକୁ ଉଠାଇବାକୁ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଯାଜପୁର ରୋଡ ରେଲବାଇ ପୁଲିସ ଉପସ୍ଥିତ ଅଛନ୍ତି।