Odia News Portal

ଚୋରୀ ସୁନାକୁ ଫେରାଇଲା କମିଶନରେଟ ପୋଲିସ

ମାଛ ବିକି ରଖିଥିଲେ ୧୧ ଭରି ସୁନା ଲକ୍ଷାଧିକ ଟଙ୍କା । ତାଲା ଭାଙ୍ଗି ଘରେ କଳାକନା ବୁଲାଇଲ ମଦୁଆ ସାଙ୍ଗ ।  ୪୮ ଘଣ୍ଟା ଭିତରେ ଫେରି ପାଇଲେ ୨୦ ଲକ୍ଷ ଟଙ୍କାର ଗହଣା । ଭୁବନେଶ୍ୱର ଶିଖରଚଣ୍ଡୀ ବସ୍ତିରେ ଘର କବାଟ ଭାଙ୍ଗି, ୧୧୦ ଗ୍ରାମ୍‌ ସୁନା ଅଳଂକାର ଲୁଟ୍‌ ମାମଲାର ପର୍ଦ୍ଦାଫାସ କରିଛି କମିଶରେଟ୍ ପୋଲିସ । ଅଭିଯୁକ୍ତ କେ. ଭେଙ୍କେଟସ ରେଡ୍ଡୀକୁ ଗିରଫ କରିବା ସହ ୨୦ ଲକ୍ଷ ଟଙ୍କାର ସୁନା ବ୍ରେସଲେଟ, ମୁଦି, କାନଫୁଲ ଓ ହାର ସହ 17000 ଟଙ୍କା ଜବତ କରିଛି ପୁଲିସ । ଅଭିଯୁକ୍ତ କେ. ଭେଙ୍କେଟସ  ଜଣାଶୁଣା ବୋଲି ଜଣାପଡିଛି । ମଦ ପିଆଇ ବନ୍ଧୁତା ସ୍ଥାପନ କରିବା ସହ ବିଶ୍ୱାସ ଜିତିଲା ପରେ ଘରକୁ ଯିବା ଆସିବା କରିଥିଲେ ଭେଙ୍କଟେସ୍ I କିଛିଦିନର ରେକି ପରେ, ଘରେ କେହି ନଥିବା ବେଳେ କଳାକନା ବୁଲାଇ ଥିଲା ଅଭିଯୁକ୍ତ I ଇନ୍‌ଫୋସିଟି ଥାନା ପୁଲିସ ୪୮ ଘଣ୍ଟା ଭିତରେ ଏସବୁକୁ ଜବତ କରିଛି ।