Odia News Portal

ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ ଉଦିତ ପ୍ରଧାନ

ଉଦିତ ପ୍ରଧାନ ନିଲମ୍ବିତ । ଦୁଷ୍କର୍ମ ଅଭିଯୋଗରେ  ଗିରଫ ପରେ କାର୍ଯ୍ୟାନୁଷ୍ଠାନ । ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ । ନିଲମ୍ବନ କଲେ ଜାତୀୟ ଯୁବ କଂଗ୍ରେସ ସଭାପତି । ଛାତ୍ରୀଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଉଦିତ ପ୍ରଧାନକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ ।ଜଣେ ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦ୍ରବ୍ୟ ଦେଇ ଦୁଷ୍କର୍ମ କରିବା ନେଇ ଛାତ୍ରୀ ଜଣକ ଲିଖିତ ଅଭିଯୋଗ କରିଥିଲେ। ମଞ୍ଚେଶ୍ୱର ଅଂଚଳରେ ଥିବା ଏକ ହୋଟେଲରେ ତାଙ୍କୁ ଦୁଷ୍କର୍ମ କରିବା ନେଇ ଅଭିଯୋଗ କରିଥିଲେ ଛାତ୍ରୀ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଉଦିତ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ଆଜି ଉଦିତ ପ୍ରଧାନ ଓ ଅଭିଯୋଗକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ନମୁନା ସଂଗ୍ରହ କରାଯିବ ।