ଛାଡ଼ଖାଇପାଇଁ ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼ By Swadhikar News Last updated Nov 7, 2025 ଛାଡ଼ଖାଇ ପାଇଁ ଆଜି ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଆଜି ରାଜଧାନୀରେ ରୋହି ମାଛ ୨୦୦ରୁ ଅଢ଼େଇଶ, ଇଲିସିର ଦର କିଲୋ ପ୍ରତି ୧୮୦୦, କଙ୍କଡ଼ା ୧୨୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାଯାଇଛି। ତେଣେ କଟକରେ ବି ଦର ସମାନ ରହିଛି। ତେବେ ମଟନ୍ ଦର ଭିନ୍ନ ଭିନ୍ନ ସ୍ଥାନରେ ଟିକେ ତଳ ଉପର ରହିଛି। ମଟନ କିଲୋ ପ୍ରତି ୭୫୦ରୁ ୯୦୦ ଟଙ୍କା ରହିଛି। ସକାଳୁ ସକାଳୁ ଭୁବନେଶ୍ବର, କଟକ ସମେତ ରାଜ୍ୟରେ ବିଭିନ୍ନ ଆମିଷ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ରଖି ମାର୍କେଟରେ ମଟନ, ଚିକେନ୍ , ମାଛ , ଚିଙ୍ଗୁଡି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି। ଚାହିଦା ଅନୁସାରେ ଆଜି ଦାମ୍ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ରହିଛି। ସକାଳୁ ସକାଳୁ ଭୁବନେଶ୍ବର ସ୍ଥିତ ୪ନମ୍ବର ମାର୍କେଟରେ ଲାଗିଛି ନାହିଁ ନଥିବା ଭିଡ଼। swadhikarswadhikar news Share