Odia News Portal

ଜମ୍ମୁ-କାଶ୍ମୀରରେ ସେନାକୁ ଆଉ ଏକ ସଫଳତା,  ସୋପିଆନ୍‌ରୁ ଆତଙ୍କବାଦୀଙ୍କ ୨ ସହଯୋଗୀ ଗିରଫ

ଜମ୍ମୁକାଶ୍ମୀରରେ ୨ ଆତଙ୍କୀ ସହଯୋଗୀଙ୍କୁ ଗିରଫ କଲେ ସୁରକ୍ଷାକର୍ମୀ । ସୋପିଆନ ଅଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଦୁଇଟି ପିସ୍ତଲ, ୪ଟି ଗ୍ରେନେଡ୍, ୪୩ଟି ଜୀବନ୍ତ ଗୁଳି ସହ ଅନ୍ୟ କିଛି ଜିନିଷ ଜବତ ହୋଇଛି । ଏନେଇ ମାମଲା ରୁଜୁ ହୋଇଛି । ଦୁଇ ଜଣଙ୍କୁ ଜେରା କରୁଛନ୍ତି ତଦନ୍ତକାରୀ ଅଧିକାରୀ ।

ସ୍ଥାନୀୟ ଅଞ୍ଚଳରେ ଜୋରଦାର ତଲାସି କରାଯାଉଛି । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଘାଟିରେ ସୁରକ୍ଷାକୁ ଖୁବ୍ ଅଧିକ ବଢ଼ାଯାଇଛି । ଏହାସହ ଆତଙ୍କବାଦୀ ଓ ତାଙ୍କ ସହଯୋଗୀଙ୍କୁ ଖୋଜି ଖୋଜି ଧରୁଛନ୍ତି ସୁରକ୍ଷାକର୍ମୀ । ଏହାସହ ଏନକାଉଣ୍ଟରରେ ଆତଙ୍କବାଦୀଙ୍କୁ ନିପାତ କରାଯାଉଛି । ଗତ ସପ୍ତାହରେ ୨ଟି ଏନକାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ ।