ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାମୋଦର ରଥଙ୍କ ନିର୍ଦ୍ଧେଶକ୍ରମେ ଏକ ଆଇନ ସଚେତନତା ସଭା ଗ୍ରାମ ମଙ୍ଗଳ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ, ରୁଢିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଳାର ଅତରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦୁଃଖବନ୍ଧୁ ନାୟକ ଯୋଗ ଦେଇ ବାଧ୍ୟତାମୁଳକ ଶିକ୍ଷା ଅଧିକାର ଆଇନ ବିଷୟରେ ପିଲାମାନଙ୍କୁ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ ଶ୍ରାମତୀ ରେକ୍ସୋ୍ସନା ଜେନା, ଡ଼ଃ. ଋୁଦ୍ର ନାରାୟଣ ପୃଷ୍ଠି, ସାମାଜିକ କର୍ମା, କିଶୋର ନ୍ୟାୟପାଳିକାର ସଦସ୍ୟ ଶ୍ରାମତୀ ସତ୍ୟଭାମା ରଥ ଯୋଗ ଦେଇଥିଲେ । ଏହି ସଭାରେ ଶିଶୁ ଓ କିଶୋରମାନଙ୍କର ଉଦ୍ଦେଶ୍ୟରେ ଥିବା ବିଭିନ୍ନ ଆଇନର ଦିଗ ବିଷୟରେ ଆଲୋକପାତ କରାଯାଇଥିଲା ।
ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ.ଅଳକାନନ୍ଦା ଦାସ ଧନ୍ୟବାଦ ଅର୍ପଣ କରିଥିବାବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀଗଣ ସହଯୋଗ କରିଥିଲେ । ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟତ୍ରୀ, ଶିକ୍ଷକଙ୍କ, ସହ ବିଦ୍ୟାଳୟର ଛାତ୍ରୀ ଓ ଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.