Odia News Portal

ଜୀବନ ହାରିଲେ ପୁଲିସ କନେଷ୍ଟବଳ: ବରଗଛରୁ ମିଳିଲା ଝୁଲନ୍ତା ମୃତଦେହ

ମାଲକାନଗିରି ସଦର ମହକୁମା ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ଏମଭି ୪୨ ଗ୍ରାମ ନିକଟରେ ଏକ ବରଗଛରେ ଜଣେ ଏପିଆର ପୁଲିସ କନେଷ୍ଟବଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ଗ୍ରାମ ନିକଟରେ ଏଭଳି ଘଟଣା ଘଟିଥିବାର ଗ୍ରାମବାସୀ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମୃତ ପୁଲିସ କନେଷ୍ଟବଳ ଜଣେ ହେଉଛନ୍ତି ସୁଶାନ୍ତ ହାଲଦାର। ମୃତ ସୁଶାନ୍ତଙ୍କ ପକେଟରେ ୮ଟି ହାତଲେଖା ସୁଇସାଇଡ ନୋଟକୁ ପୁଲିସ ଜବତ କରିଛି। ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟରେ ହୋଇଥିବା ବେଳେ ସେ ମାଲକାନଗିରି ଏମଭି ୪୨ ଗ୍ରାମରେ ବିବାହ କରିଥିଲେ। ପୁଲିସ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଝୁଲନ୍ତା ମୃତଦେହକୁ ଓହ୍ଲାଇ ଶବବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛନ୍ତି।